NK NEWS ODISHA

News agency Odisha

ବୌଦ୍ଧ ଜିଲ୍ଲା ADMOଙ୍କ ଗାଡ଼ି ଦୁର୍ଘଟଣା: 4ଜଣ ଗୁରୁତର |

Spread the love

ବୌଦ୍ଧ ଜିଲ୍ଲା ADMOଙ୍କ ଗାଡ଼ି ଦୁର୍ଘଟଣା: 4ଜଣ ଗୁରୁତର |

ଦଶପଲ୍ଲା : 09/08/2021: ଆଜି ପୂର୍ବାହ୍ନ 10ଘଟିକା ସମୟରେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ 57 ନମ୍ୱର୍ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆଠାରେ 2ଟି କାର ସାମ୍ନାସାମ୍ନି ଧକ୍କା ହେବାଫଳରେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ 4ଜଣଙ୍କୁ ସ୍ଥାନୀୟଲୋକ ଉଦ୍ଧାରକରି ଦଶପଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ADM ଏନ,ସି, ଜ୍ୟୋତି ରଞ୍ଜନ ନାଏକ ଏକ କାର ନମ୍ୱର୍ OD02BG6022 ଯୋଗେ ଦଶପଲ୍ଲା ପାର୍ଶ୍ବରୁ ବୌଦ୍ଧ ଅଭିମୁଖେ ଯାଉଥିବାବେଳେ ଫୁଲବାଣୀ ପଟୁ ଆସୁଥିବା କାର ନମ୍ୱର୍ OD07AJ2082 ସହିତ ସାମ୍ନାସାମ୍ନୀ ଧକା ହେବା ଫଳରେ ADMOଙ୍କ ଗୋଡ଼ ରେ ଶକ୍ତ ଆଘାତ ଲାଗିବା ସଙ୍ଗେ ସଙ୍ଗେ ମୁଣ୍ଡ ମଧ୍ଯ ଫାଟିଯାଇଥିଲା | ଶ୍ରୀ ନାଏକଙ୍କ ଡ୍ରାଇଭର ମଧ୍ଯ ଗୁରୁତର ଭାବେ ଆହତ ହେଇଥିବା ଜଣାଯାଇଛି । ଏହା ସହିତ ଦିଗାଲଙ୍କ ପରିବାରର 2ଜଣ ମଧ୍ୟ ଗୁରୁତର ଆହତ ହେଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଗାଡ଼ି 2ଟି ତୀବ୍ର ବେଗରେ ଆସୁଥିବା ହେତୁ ପରସ୍ପରକୁ ଧକ୍କା ଦେଇଥିଲେ ।

%d