ନିର୍ବାଚନ ପାଇଁ ବୁଥ ଲେବଲ ଅଫିସର (ବି ଏଲ୍ ଓ) ମାନଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନିର୍ବାଚନ ପାଇଁ ବୁଥ ଲେବଲ ଅଫିସର (ବି ଏଲ୍ ଓ) ମାନଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ |

Booth Label Officers (BLOs) Special Training Program for Elections
Spread the love
ADVERTISEMENT
ADVERTISEMENT

ନିର୍ବାଚନ ପାଇଁ ବୁଥ ଲେବଲ ଅଫିସର (ବି ଏଲ୍ ଓ) ମାନଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ |

ଓଡଗାଁ : 22/10/2021(ରିପୋର୍ଟ :ରବିନ୍ଦ୍ର କୁମାର ସାହୁ /ସନାତନ ମହାକୁଡ଼): ଓଡ଼ଗାଁ ବ୍ଳକ୍ ସମ୍ମିଳନୀ କକ୍ଷରେ ବୁଥ୍ ଲେବଲ୍ ଅଫିସର ଏବଂ ସୁପରଭାଇଜରମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର 36 ଟି ପଞ୍ଚାୟତର ମୋଟ 163 ଜଣ ବୁଥ୍ ଲେବଲ୍ ଅଫିସର ଏବଂ 15 ଜଣ ସୁପରଭାଇଜର ଯୋଗଦେଇଥିଲେ ।

ADVERTISEMENT

ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁବାସ ଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷଭାବେ ତତ୍ତ୍ୱାବଧାନ କରିଥିଲେ | ଅକ୍ଟୋବର 21ଓ 22 ତାରିଖ ଦୁଇ ଦିନଧରି ପ୍ରଶିକ୍ଷଣ କାର୍ଯ୍ୟ ସୂଚାରୁରୂପେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବୁଥ୍ ଲେବଲ୍ ସୁପରଭାଇଜର ଭକ୍ତରଞ୍ଜନ ମିଶ୍ର,ଚିତ୍ତରଞ୍ଜନ ମିଶ୍ର, ଶୁଷେନ୍ଦୁ କୁମାର ଷଡ଼ଙ୍ଗୀ, ତ୍ରଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର,ରବିନ୍ଦ୍ର କୁମାର ଘଡେ଼ଇ,ସନ୍ତୋଷ କୁମାର ସାହୁ,ଦେବାଶିଷ ଦାଶ,ସସ୍ମିତା ସାହୁ,ବାନାମ୍ବର ସାହୁ,ଗୋଦାବରୀ ବସନ୍ତିଆ,ସନ୍ତୋଷ କର ଉପସ୍ଥିତ ଥିଲେ |”ଭୋଟର ହେଲ୍ପ ଲାଇନ୍” ଏବଂ “ଗରୁଡ଼ ଆପ୍” ସ୍ମାର୍ଟ ଫୋନ୍ ରେ ତା’ର କାର୍ଯ୍ୟକାରିତା, ନୂତନ ଭୋଟର ଯୋଗ ,ବାଦ,ସଂଶୋଧନ, ସ୍ୱତନ୍ତ୍ର ଅଭିଯାନ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି | ଗରୁଡ଼ ଆପ୍ ରେ (ବି ଏଲ୍ ଓ )ମାନେ ଏବଂ ଭୋଟର ନିଜେ ଭୋଟର ହେଲ୍ପଲାଇନ୍ ମାଧ୍ୟମରେ ଅନ୍ ଲାଇନ୍ ଦ୍ୱାରା ଉକ୍ତ କାର୍ଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ଅଫ୍ ଲାଇନ୍ ମାଧ୍ୟମରେ ମଧ୍ୟ ଫର୍ମ ପୂରଣ କରାଯାଇପାରିବ।

ବି ଏଲ୍ ଓ ଏବଂ ସୁପରଭାଇଜରଙ୍କ କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପି ପି ଟି ଏବଂ ପ୍ରଶ୍ନୋତ୍ତର ମାଧ୍ୟମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ୱାତୀଲେଖା ଦାସ,ତହସିଲଦାର ବିଜୟିତା ସାମନ୍ତସିଂହାର, ଏନ୍ ଏ ସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ବୁଝାଇଥିଲେ ।

ସୁପରଭାଇଜର ରଞ୍ଜନ କୁମାର ଦାଶ ସ୍ମାର୍ଟ ଫୋନ୍ ରେ ଗରୁଡ଼ ଆପ୍ ଇନ୍ ଷ୍ଟାଲ୍ କରିବା ସହିତ କିଭଳି ନିଜର ତଥା ବୁଥ୍ ର ତଥ୍ୟ ଅପଡେଟ୍ ହେବ ବୁଝାଇଥିଲେ । ପରିଶେଷରେ ସଂପ୍ରସାରଣ ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ ସଭିଏଁ ନିଜ ନିଜର କାର୍ଯ୍ୟ ସୂଚାରୁ ରୂପେ କରିବା ପାଇଁ ସୂଚନା ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: