ରକ୍ତ ଦାନ ଶିବିର ଆୟୋଜିତ କରି ବି.ଜେ.ପି କର୍ମୀ ସାଜିଲେ ସମାଜ ବନ୍ଧୁ
ଭଦ୍ରକ : 09/077/2021(ରିପୋର୍ଟ :ସମୀର ମହାନ୍ତି ): ରକ୍ତ ଦାନ ମହପୁଣ୍ୟ। ମହାମାରୀ ପରି ଭୟଙ୍କର ସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କେତେକ ଯୁବପିଢିଙ୍କ ଉଦାର ମନୋଭାବ ଯୋଗୁଁ ଭଦ୍ରକରେ ଆୟୋଜିତ ହୋଇଥିଲା ରକ୍ତ ଦାନ ଶିବିର। ସମାଜରେ ରକ୍ତ ଅଭାବରୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିସ୍ଥିତି କୁ ଆଗରେ ରଖି ଜିଲ୍ଲା ବି.ଜେ.ପି ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ଅତି ପ୍ରଶଂସନୀୟ।
ରକ୍ତ ଦାନ ଶିବିର ଆୟୋଜିତ କରି ବି.ଜେ. ପି କର୍ମୀ ସାଜିଲେ ସମାଜ ବନ୍ଧୁ pic.twitter.com/Jubw5MZfnQ
— Nayagarh khabar (@NayagarhK) July 9, 2021
ଆଜି ବି.ଜେ.ପି ଯୁବପିଢିଙ୍କ ଆଗୁଆ ପଦକ୍ଷପରେ ଭଦ୍ରକ ଚରମ୍ପା ସ୍ଥିତ ଅଗ୍ରୱାଲ ପେଲେସ୍ 50 ରୁ 70 ୟୁନିଟ ମଧ୍ୟରେ ରକ୍ତ ଦାନ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହି ମହାନ ଦିବସ ରେ ବି.ଜେ.ପି ର ବହୁ ଯୁବ ନେତା ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକୁ ସୁଚାରୁରୂପେ ପ୍ରତିପାଦନ କରିବାରେ ସଫଳ ହୋଇଥିଲେ |
More Stories
ବିଦ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଗୁରୁତର…!
ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦାସ
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭାରତରତ୍ନ ବାବା ସାହେବ ଡା.ଆମ୍ବେଦକରଙ୍କ 131ତମ ଜୟନ୍ତୀ ପାଳନ |