NK NEWS ODISHA

News agency Odisha

ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ

Spread the love

ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ

ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ ନୟାଗଡ଼ :27/06/2021(ରିପୋର୍ଟ : ରତ୍ନାକର ହୋତା ): - ନୟାଗଡ ସାମ୍ବାଦିକ ଙ୍କୁ ଅବକାରୀ ବିଭାଗ ଏସଆଇ ଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣା ରୁ ପ୍ରକାଶ ଯେ , ମଦ ଜବତ ହୋଇଥିବା ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଅବକାରୀ ଅଫିସକୁ ଯାଇଥିଲେ ଏବଂ ଜବତ ହୋଇଥିବା ମଦ ର ଫଟ ଉଠାଇବା ସମୟରେ ଏସଆଇ ଧନଞ୍ଜୟ ପାତ୍ର ସାମ୍ବାଦିକ ମାନଙ୍କୁ କାହିଁକି ଫଟ ଉଠାଉଛ କହି ଠେଲାପେଲା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ସମ୍ପର୍କରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହେବାପରେ ଏସଆଇ ଧନଞ୍ଜୟ ଙ୍କୁ ଥାନା କୁ ଅଣାଯାଇଥିଲା । କିନ୍ତୁ ଥାନା ପଛପଟେ ଛାଡି ଦିଆଗଲା । ଏସଆଇ କୁ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧି ମାନେ ରାତି ତମାମ ଧାରଣାରେ ବସିଛନ୍ତି । ଆଜି ସକାଳୁ ଜିଲ୍ଲା ର ସମସ୍ତ ଡିଜିଟାଲ ମିଡିଆ , ପ୍ରିଣ୍ଟ ମିଡିଆ ଏବଂ ବୈଦୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଧାରଣାରେ ଯୋଗଦେବେ । ସୂଚନାଯୋଗ୍ୟ ରାଜ୍ୟରେ ଲଗାତାର ଭାବରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢି ଚାଲିଥିବା ସମୟରେ , ବିଭିନ୍ନ ସାମ୍ବାଦିକ ସଂଗଠନ ସମ୍ମାନ ସୁରକ୍ଷା ଏବଂ ଅଧିକାରର ଦାବୀ ଉଠାଉଛନ୍ତି . ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଘଟଣାର ଉପଯୁକ୍ତ ତଦନ୍ତ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ଓଡିଶା ଡିଜିଟାଲ ମିଡ଼ିଆ ୟୁନିୟନ ଆନ୍ଦୋଳନକୁ ଦୃଢ ସମର୍ଥନ କରି ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଦାବୀ କରିଅଛି .

ନୟାଗଡ଼ :27/06/2021(ରିପୋର୍ଟ : ରତ୍ନାକର ହୋତା ): – ନୟାଗଡ ସାମ୍ବାଦିକ ଙ୍କୁ ଅବକାରୀ ବିଭାଗ ଏସଆଇ ଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣା ରୁ ପ୍ରକାଶ ଯେ , ମଦ ଜବତ ହୋଇଥିବା ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଅବକାରୀ ଅଫିସକୁ ଯାଇଥିଲେ ଏବଂ ଜବତ ହୋଇଥିବା ମଦ ର ଫଟ ଉଠାଇବା ସମୟରେ ଏସଆଇ ଧନଞ୍ଜୟ ପାତ୍ର ସାମ୍ବାଦିକ ମାନଙ୍କୁ କାହିଁକି ଫଟ ଉଠାଉଛ କହି ଠେଲାପେଲା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ସମ୍ପର୍କରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହେବାପରେ ଏସଆଇ ଧନଞ୍ଜୟ ଙ୍କୁ ଥାନା କୁ ଅଣାଯାଇଥିଲା । କିନ୍ତୁ ଥାନା ପଛପଟେ ଛାଡି ଦିଆଗଲା । ଏସଆଇ କୁ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧି ମାନେ ରାତି ତମାମ ଧାରଣାରେ ବସିଛନ୍ତି । ଆଜି ସକାଳୁ ଜିଲ୍ଲା ର ସମସ୍ତ ଡିଜିଟାଲ ମିଡିଆ , ପ୍ରିଣ୍ଟ ମିଡିଆ ଏବଂ ବୈଦୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଧାରଣାରେ ଯୋଗଦେବେ । ସୂଚନାଯୋଗ୍ୟ ରାଜ୍ୟରେ ଲଗାତାର ଭାବରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢି ଚାଲିଥିବା ସମୟରେ , ବିଭିନ୍ନ ସାମ୍ବାଦିକ ସଂଗଠନ ସମ୍ମାନ ସୁରକ୍ଷା ଏବଂ ଅଧିକାରର ଦାବୀ ଉଠାଉଛନ୍ତି . ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଘଟଣାର ଉପଯୁକ୍ତ ତଦନ୍ତ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ଓଡିଶା ଡିଜିଟାଲ ମିଡ଼ିଆ ୟୁନିୟନ ଆନ୍ଦୋଳନକୁ ଦୃଢ ସମର୍ଥନ କରି ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଦାବୀ କରିଅଛି .
%d bloggers like this: