ପରିବାର ର ଭରଣ ପୋଷଣ ପାଇଁ ଶିଶୁ ଶ୍ରମିକ ପାଲଟୁଛନ୍ତି ନାବାଳକ !

ADVERTISEMENT
ଭଦ୍ରକ, ୨୭/୦୬/୨୦୨୧(ରିପୋର୍ଟ ସମିର ମହାନ୍ତି): ପେଟ ର ଭୋକ ଆଗରେ ହାର୍ ମାନେ ପୃଥିବୀ ର ସମସ୍ତ ପ୍ରାଣୀ। ମଣିଷ ବି ଏଥିରୁ ବାଦ ପଡେ ନାହିଁ। ଛୋଟ ହେଉ କି ବଡ଼ ହେଉ ପେଟ ପାଇଁ ମଣିଷ କରିଥାଏ ନାନାଦି ନାଟ। ଆଜିର ଏହି ମହାମାରୀ ପ୍ରଭାବ ରୁ ବହୁ ମଣିଷ ଜୀବିକା ହରାଇ ହନ୍ତସନ୍ତ ହେଉଥିବା ସମୟରେ ବାଦ୍ ପଡିନାହାନ୍ତି ଗରିବ ଘର ର ଛୋଟ ଛୋଟ ପିଲା। ପେଟ ର ଭୋକ ମେଣ୍ଟାଇବା ସହ ପରିବାର ପୋଷଣ ପାଇଁ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟ କୁ ଚାଲିଯାଉଛନ୍ତି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଅନ୍ତର୍ଗତ ଧାମନଗର ଥାନା ଅଞ୍ଚଳର ୧୬ନମ୍ବର ଜାତୀୟ ରାଜପଥ ରେ। ସୂଚନା ଅନୁଯାୟୀ ବସ୍ ନଂ- ୦୧ଏପି ୪୧୯୯ ନାମକ ଏକ ଘରୋଇ ବସ ୮୩ଜଣ ଶ୍ରମିକକୁ ନେଇ ଯାଉଥିବାବେଳେ କୌଣସି ସୂତ୍ର ରୁ ସୂଚନା ପାଇ ପେଟ୍ରୋଲିଙ୍ଗ୍ କରୁଥିବା ପୋଲିସ୍ ଉକ୍ତ ରାସ୍ତାରେ ବସ୍ କୁ ଅଟକାଇଥିଲା। ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ଶ୍ରମିକ ଅଧିକାରୀଙ୍କୁ ଖବର ଦେବାସହିତ ଧାମନଗର ପୋଲିସକୁ ଖବର ଦେଇଥିଲା। ଖବରପାଇ ଧାମନଗର ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ଉକ୍ତ ବସଟିକୁ ଥାନାକୁ ଆଣିଥିଲେ । ତେବେ ବସରେ ଥିବା ଶ୍ରମିକ ମାନଙ୍କର ଆଧାର କାର୍ଡ଼କୁ ଯାଞ୍ଚ କରିବାପରେ ସେମାନଙ୍କର ବୟସ ୧୮ବର୍ଷରୁ ଉର୍ଦ୍ଧ୍ୱ ହୋଇଥିନଥିବା ଦେଖିବାକୁ ମିଳିଥିଲା । ତେବେ ଲକଡ଼ାଉନ୍ ସମୟରେ କୌଣସି କାମଧନ୍ଦା ମିଳୁନଥିବାରୁ ସେମାନେ ପେଟ ଓ ପରିବାର ପୋଷଣ ପାଇଁ ନିଜ ଇଛାରେ ବାହାର ରାଜ୍ୟ ତଥା ତାମିଲନାଡ଼ୁକୁ କାମ କରିବାକୁ ଯାଉଛନ୍ତିବୋଲି ଶ୍ରମିକ ମାନେ ଥାନାଅଧିକାରୀଙ୍କୁ କହିବାପରେ ସେମାନଙ୍କୁ ଛାଡ଼ିଦିଆଯାଇଥିଲା।
ADVERTISEMENT
ADVERTISEMENT
More Stories
ପୁରୀରୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରାର live ଦେଖନ୍ତୁ…. ଜୟ ଜଗନ୍ନାଥ….
ମାଟ୍ରିକ ପରୀକ୍ଷା ଫଳାଫଳ ଜୁନ୍ ଶେଷ ସୁଦ୍ଧା ଘୋଷଣା ହେବାର ସମ୍ଭାବନା…
ବାହାଡାଝୋଲା କୋମଣ୍ଡ ଅଞ୍ଚଳରେ କ୍ରମାଗତ ଭାବେ ଲାଗି ରହିଛି ଚୋରି ଓ ରାହାଜାନୀ !