ବ୍ଲକ ସ୍ତରୀୟ ଆତ୍ମ ନିଯୁକ୍ତି ଶିବିର ଅନୁଷ୍ଠିତ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବ୍ଲକ ସ୍ତରୀୟ ଆତ୍ମ ନିଯୁକ୍ତି ଶିବିର ଅନୁଷ୍ଠିତ

Block level self-employment camps are held
Spread the love
ADVERTISEMENT
ADVERTISEMENT
ADVERTISEMENT

ବ୍ଲକ ସ୍ତରୀୟ ଆତ୍ମ ନିଯୁକ୍ତି ଶିବିର ଅନୁଷ୍ଠିତ

ଗଣିଆ: 22/12/2021(ରିପୋର୍ଟ: ମାନସ ରଞ୍ଜନ ଦାସ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓରମାସ ନୟାଗଡ଼ ଦ୍ୱାରା ଆୟୋଜିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ଆତ୍ମନିଯୁକ୍ତି ତାଲିମ ଓ ପରାମର୍ଶ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶିରୀୟଲ ଶୁଭ୍ର ପଟେଲଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସଂମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଶେଷଦେଵ ସ୍ୱାଇଁ , କନ୍ଧମାଳ ସାଂସଦଙ୍କ ଜିଲା ପ୍ରତିନିଧି ସଦାଶିବ ମିଶ୍ର ,ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ମଞ୍ଚରେ ଉପନିବେଶ ହୋଇଥିଲେ। ବ୍ଲକ ଜୀବିକାମିଶନ ସଂଯୋଜକ ଅମ୍ବିକା ପ୍ରସାଦ ମିଶ୍ର କାଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏହି କାଯ୍ୟକ୍ରମରେ ଓରମାସର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

ADVERTISEMENT

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ 18ରୁ 35 ବର୍ଷର ବେକାର ଯୁବକ ଯୁବତୀମାନଙ୍କୁ ଧନ୍ଦାମୂଳକ ତାଲିମ ଶିକ୍ଷା ଦିଆଯାଇ ସେମାନଙ୍କୁ ବିଭିନ୍ନ ସଂସ୍ଥାରେ କର୍ମନିଯୁକ୍ତି ଓ ଆତ୍ମନିଯୁକ୍ତି ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯିବା ପାଇଁ ଏହି କାର୍ଯ୍ଯକ୍ରମ କରାଯାଉଥିବା ମୁଖ୍ୟଅତିଥି ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିଥିଲେ ।ତାଲିମ ପିରିୟଡ଼ ତିନି ମାସ ଥିବାବେଳେ ଏହା ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି ଏବଂ ଏହି ସମୟ ମଧ୍ୟରେ ଖାଇବା,ରହିବା, ପୋଷାକ ଓ ମେଡ଼ିକାଲ ସୁବିଧା ମାଗଣାରେ ମିଳିବ ବୋଲି ଏଠାରେ ଯୋଗ ଦେଇଥିବା 4ଟି ତାଲିମ ପ୍ରଦାନକାରୀ ସଂସ୍ଥା ପ୍ରକାଶ କରିଥିଲେ।ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ ଚାଲିଛି।ଗଣିଆ ବ୍ଲକର ଅଠଗୋଟି ପଞ୍ଚାୟତରୁ ସବୁ ବର୍ଗର ଯୁବକ ଯୁବତୀମାନେ ଏହି ଶିବିରରେ ଯୋଗଦେଇ ସେମାନଙ୍କ ମନ ପସନ୍ଦ ତାଲିମ ନେବାକୁ ବିଭିନ୍ନ ସଂସ୍ଥାରେ ନାମ ପଞ୍ଜିକରଣ କରିଥିଲେ।ଏହି ତାଲିମପ୍ରାପ୍ତ ପରେ ପ୍ରତ୍ୟେକ ଯୁବକଯୁବତୀ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇବା ସହ ସ୍ୱାବଲମ୍ବୀ ହୋଇ ପାରିବେ ଏବଂ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ ଆତ୍ମ ମର୍ଯ୍ୟାଦାର ସହ କର୍ମନିଯୁକ୍ତି ପାଇଁ ପାରିବେ ବୋଲି କୁହାଯାଇଛି।

ଶିବିରରେ 88 ଜଣ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମୋବିଲାଇଜ ହୋଇଥିବା ବେଳେ ଆସନ୍ତା କାଲି ସମସ୍ତେ ଖଣ୍ଡପଡା ନିଯୁକ୍ତି ମେଳାରେ ଯୋଗଦେବାପାଇଁ ପରାମର୍ଶ ଦିଆଯାଇଛି। ବିନା ମୂଲ୍ୟରେ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଇଛି। 32 ଜଣ ଛାତ୍ର ଛାତ୍ରୀ PIA ସହିତ TAG ହୋଇଛନ୍ତି ଯାହା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ନୋଡାଲ ଅଫିସର ଅମ୍ବିକା ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ପରିଶେଷରେ ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି ଓ ସଂମାନିତ ଅତିଥି ସେମାନଙ୍କର ବହୁମୂଲ୍ୟସମୟ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁବିଡ଼ିଓ ଶ୍ରୀଯୁକ୍ତ ପଟେଲ ଧନ୍ୟବାଦ ଅର୍ପଣ କରି ସଭାକାଯ୍ୟକୁ ପରିସମାପ୍ତି କରିଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: