NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ରଣପୁର ନିର୍ବାଚନୀ ମଣ୍ଡଳୀ ଚାନ୍ଦପୁର ଠାରେ ବିଜେପିର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ |

Spread the love

ରଣପୁର ନିର୍ବାଚନୀ ମଣ୍ଡଳୀ ଚାନ୍ଦପୁର ଠାରେ ବିଜେପିର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ |

ରଣପୁର : (07/08/2021(ରିପୋର୍ଟ : ରଞ୍ଜିତ କୁମାର ପ୍ରଧାନ): ରଣପୁର ନିର୍ବାଚନ ମଣ୍ଡଳୀ ଚାନ୍ଦପୁର ମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ କେରଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ | ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ରେଲୱ ବୋର୍ଡ଼ର ଯାତ୍ରୀ ସେବା କମିଟି ମେମ୍ବର ରୂପେ ଦାୟିତ୍ୱ ନେଇଥିବାରୁ ତାଙ୍କୁ ଚାନ୍ଦପୁର ମଣ୍ଡଳ ତରଫରୁ ସମ୍ମାନିତ କରାଯାଇଛି | ଆଗାମି ପଞ୍ଚାୟତ ନିର୍ବାଚନକୁ ନେଇ ବୁଥ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନା କିଭଳି ଭାବେ ପ୍ରକୃତ ହିତାଧିକାରୀମାନେ ପାଇ ପାରିବେ ସେଥିପାଇଁ ବିଜେପି ଲଢ଼େଇ କରିବା ଜାରି ରଖିବାକୁ ପୂର୍ବତନ ମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ |

କୋଭିଡ ଟୀକାକରଣ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | ପ୍ରତେକ ପଞ୍ଚାୟତରେ ହେଉଥିବା ରାସନକାର୍ଡ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଦୃନୀତି ବିରୋଧରେ ବ୍ଲକ ଘେରାଉ କରାଯିବା ପାଇଁ ସ୍ଥିର କରାଯାଇଛି | ମଣ୍ଡଳ ସଭାପତି ଜିତେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆଜିର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ନୟାଗଡ଼ ଜ଼ିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା, ଜ଼ିଲ୍ଲା ସାଧାରଣ ସମ୍ପାଦକ ପରେଶ ମିଶ୍ର, ଦଶ ଗୋଟି ପଞ୍ଚାୟତର ଶକ୍ତି କେନ୍ଦ୍ର ପ୍ରମୁଖ ଓ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଯୋଗେ ଦେଇଥିଲେ |

%d bloggers like this: