BJD's strength in Takra Gram Panchayat, BJP's many leaders join party

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଟାକରା ଗ୍ରାମପଞ୍ଚାୟତରେ ବିଜେଡିର ଶକ୍ତିବୃଦ୍ଧି , ଦଳରେ ମିଶିଲେ ବିଜେପିର ବହୁ ତୁଂଗନେତା

BJD's strength in Takra Gram Panchayat, BJP's many leaders join party
Spread the love
ADVERTISEMENT
ADVERTISEMENT

ଟାକରା ଗ୍ରାମପଞ୍ଚାୟତରେ ବିଜେଡିର ଶକ୍ତିବୃଦ୍ଧି , ଦଳରେ ମିଶିଲେ ବିଜେପିର ବହୁ ତୁଂଗନେତା

ଦଶପଲ୍ଲା: 07/01/2022:- ଆଗାମୀ 2022 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡ଼ି)ତରଫରୁ ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶତାଧିକ ବିଜେଡି କର୍ମୀଙ୍କ ସହ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲାର ବିଜୁ ଜନତାଦଳର ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା,ଦଶପଲ୍ଲା ବ୍ଲକ ଅଧକ୍ଷା ସୁନନ୍ଦା ସାହୁ ଏବଂ ଦଶପଲ୍ଲା ବ୍ଲକ ର ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ, ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲାର ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ବସନ୍ତ କୁମାର ସାହୁ ଏବଂ ସମିତି ସଭ୍ୟ ପ୍ରତିମା ନାଏକକଂ ସମେତ ବହୁ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

ଆଜିର ଏହି ମିଶ୍ରଣ ପର୍ବରେ ସମସ୍ତ ମନୋମାଳିନ୍ୟ କୁ ଦୂରକରି ବହୁ ପୁରାତନ ତୁଂଗ ବି ଜେ ଡି କର୍ମୀମାନେ ଦଳରେ ଯୋଗଦାନ କରିଥିଲେ । ସେମାନେ ହେଲେ ସର୍ବଶ୍ରୀ, ଜଗବନ୍ଧୁ ଆଚାର୍ଯ୍ୟ, ଲଷ୍ମୀଧର ମୁଦୁଲି, ନବକିଶୋର ଯାନୀ, ନବକିଶୋର ମଳିକ,ପ୍ରସନ୍ନ କୁମାର ଯାନୀ, ସୁକାନ୍ତ କୁମାର ଯାନୀ । ବିଧାୟକ ଶ୍ରୀ ବେହେରା ନୂତନ ଭାବେ ଯୋଗ ଦେଇଥିବା ବିଜୁ ଜନତା ଦଳରେ ନୂତନ କର୍ମୀ ଜଗବନ୍ଧୁ ଆଚାର୍ଯ୍ୟ ଙ୍କୁ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀ ରୂପେ ଘୋଷଣା କରିଥିଲେ ଓ ତା ସହିତ ଟାକରା ଗ୍ରାମ ପଂଚାୟତର ସମିତି ସଭ୍ୟ ପଦ ପାଇଁ ଧନେଶ୍ୱର ଯାନୀ ଙ୍କ ନାମ ଘୋଷଣା କରିଥିଲେ। ଶ୍ରୀ ବେହେରାଙ୍କ ଏହି ଘୋଷଣା ପରେ ,ଶତାଧିକ ବିଜେଡ଼ି କର୍ମୀ ତାଙ୍କ ଘୋଷଣାକୁ ସମର୍ଥନ ମଧ୍ୟ କରିଥିଲେ ।

ସୂଚନା ଅଛିକି, ପୂର୍ବରୁ ଜଗବନ୍ଧୁ ଆଚାର୍ଯ୍ୟ କୌଣସି ପଦବୀରେ ନଥାଇ ମଧ୍ୟ ସେ ଜଣେ ଆଗଧାଡ଼ିର ଯୁବ ସମାଜସେବୀ ଭାବେ ପଂଚାୟତରେ ଖୁବ ଜଣାଶୁଣା ଥିଲେ। ଶ୍ରୀ ଆଚାର୍ଯ୍ୟଙ୍କୁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ଘୋଷଣା ପରେ ଶ୍ରୀ ଆଚାର୍ଯ୍ୟ କହିଥିଲେ “ମୁଁ ଆଗରୁ ଯେମିତି ସମସ୍ତଙ୍କ ପାଖରେ ସୁଖଦୁଃଖରେ ଠିଆହେଉଥିଲି , ଆଗକୁ ମଧ୍ୟ ସେହି ଧାରା ଜାରି ରହିବ । “

ପରିଶେଷରେ ଶ୍ରୀ ଆଚାର୍ଯ୍ୟ ଦଶପଲ୍ଲା ବିଧାୟକ ଶ୍ରୀ ବେହେରାଙ୍କୁ ଧନ୍ୟବାଦ ଦେବା ସଂଗେ ସଂଗେ ପ୍ରଦୀପ କୁମାର ସାହୁ, ଅଭିମନ୍ୟୁ ସାହୁ,ନିରଞ୍ଜନ ରାଉଳ,ବାନାମ୍ବର ନାଏକଙ୍କ ସମେତ ସମସ୍ତ ବିଜେଡିକର୍ମୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: