ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ବିଜେଡ଼ି ଯୁବ ଓ ଛାତ୍ର କର୍ମକର୍ତ୍ତା ସମ୍ମିଳନୀ ।
ନୂଆଗାଁ : 23/10/2021(ରିପୋର୍ଟ :ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ କଲେଜ ପଡ଼ିଆରେ ଆୟୋଜିତ ହୋଇଯାଇଛି ବିଜେଡ଼ି ଯୁବ ଛାତ୍ର କର୍ମକର୍ତ୍ତା ସମ୍ମିଳନୀ | ବଡ଼ ଧୁମ୍ ଧାମରେ ପାଳନ ହୋଇଯାଇଛି ଏହି କାର୍ଯ୍ୟକ୍ରମ | ଏଥିରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ ।
ପୁର୍ତ ବିଭାଗ ଡାକବଙ୍ଗଳାରୁ ବଡ଼ ଆୟୋଜନରେ ରାଲି କରି କଲେଜ୍ ପଡ଼ିଆ ନିକଟକୁ ଯାଇଥିଲେ । ଏଥି ମଧ୍ୟରେ ଇଣ୍ଡୋର ଷ୍ଟାଡିୟମ ଶୁଭ ଦେବା ସହ ନୂଆଗାଁ +2 ମହାବିଦ୍ୟାଳୟର ନୂତନ ଗ୍ରୁହ ଉଦଘାଟନ କରିଥିଲେ | ବିଭିନ୍ନ ଛକ ମାନଙ୍କରେ ମାକ୍ସ ବଣ୍ଟନ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଙ୍କ ସହିତ ବିଜୁ ଛାତ୍ର ଜନତା ଦଳର ସୁବ୍ରତ ପରିଡା ,ବିଜୁ ଜୁବ ସଭାପତି ଶୁଧାନ୍ସୁ ସେଖର ସେନା ପତି , ବ୍ଲକ ଚ୍ୟରମ୍ୟନ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବିଜେଡ଼ି ସଭାପତି ସନ୍ୟାସୀ ସାମଲ, ସଞ୍ଜୀବ କୁମାର ଡାକୁଆଙ୍କ ସହ ନୂଆଗାଁ ବ୍ଳକର ବିଭିନ୍ନ ପଂଚାୟତର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଏଥିସହ ଦଶପଲ୍ଲା ଓ ଗଣିଆ ବ୍ଲକର ଅଧକ୍ଷ ଓ ଅଧକ୍ଷା ଯୋଗ ଦେଇଥିଲେ | ସମସ୍ତଙ୍କ ଅଭିଭାଷଣରେ ଗୋଟିଏ କଥା ଆଗାମୀ ପଂଚାୟତ ନିର୍ବାଚନରେ ସମସ୍ତେ ଏକ ହୋଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କ ପାଖରେ ପହଞ୍ଚାଇବା | ତା ‘ ସହିତ ପଂଚାୟତ ନିର୍ବାଚନକୁ ସଫଳ କରିବା ପାଇଁ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଗୁରୁ ମନ୍ତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁସାନ୍ତ କୁମାର ପଢିଆଳି ପରିଚାଳନା କରିଥିଲେ ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଛତିଶଗଡ ନିର୍ବାଚନ ପୂର୍ବରୁ ଟି.ଏସ୍ ସିଂଦେବଙ୍କୁ ଡେପୁଟି ସିଏମ୍ ଘୋଷଣା କଲା କଂଗ୍ରେସର !