ଉଜ୍ୱଳା ଯୋଜନାରେ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଉଜ୍ୱଳା ଯୋଜନାରେ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି !

BJD targets Center in Ujwala scheme!
Spread the love
ADVERTISEMENT
ADVERTISEMENT

ଉଜ୍ୱଳା ଯୋଜନାରେ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି !

କଟକ : 22/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କିଛି ବର୍ଷ ପୂର୍ବେ ଉଜ୍ୱଳା ଯୋଜନାରେ ପ୍ରଦାନମନ୍ତ୍ରୀ ସମସ୍ତ ଅଂଚଳରେ ଗ୍ୟାସ ବଣ୍ଟନ କରି ସାବାସୀ ନେଉଥିବାବେଳେ ଏହି କିଛି ମାସ ହେବ ଗ୍ୟାସର ଅହେତୁକ ଦରଦାମ ବଢ଼ିବାରେ ଲାଗିଛି | ଏପରି ଅହେତୁକ ଗ୍ୟାସ ଦର ବଢ଼ିବାରୁ ସାଧାରଣଲୋକଟି ପାଖରେ ଗ୍ୟାସର ବ୍ୟବହାର ସ୍ୱପ୍ନ ହେଇଯାଇଛି | ଏହାକୁ ଆଜି ଓଡିଶାର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ଛାତ୍ର ଓ ବିଜୁ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛି | କଟକ ଜିଲ୍ଲା ନିଶ୍ଚିତକୋଇଲିରେ ମଧ୍ୟ ଏହି ବିକ୍ଷୋଭର ଆଂଶିକପ୍ରଭାବ ଦେଖିବାକୁ ମିଳିଥିଲା |

ADVERTISEMENT

ଆଜି ବିଜୁ ଜନତା ଦଳ ଛାତ୍ର ଓ ବିଜୁମହିଳା ମାନେ ଏକତ୍ର ହୋଇ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଠାରୁ ପଥ ପ୍ରାନ୍ତ ଶୋଭା ଯାତ୍ରା ଆରମ୍ଭ କରି ନିଶ୍ଚିନ୍ତକୋଇଲି ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ଯାଇଥିଲେ | ବ୍ଲକ ସମ୍ମୁଖରେ ଚୁଲି ଜାଳିବା ସହ ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ | ଏହି ବିକ୍ଷୋଭ ଯାତ୍ରାରେ ନିଶ୍ଚିନ୍ତକୋଇଲି ବ୍ଲକର ଅଧକ୍ଷା ସବିତା ଓଝାଙ୍କ ସମେତ ସ୍ଥାନୀୟ ବହୁ ସରପଞ୍ଚ ଯୋଗଦେଇ ଏହି ବିକ୍ଷୋଭ ଯାତ୍ରାକୁ ସଫଳ କରିଥିଲେ | ଆଗାମୀ ଦିନରେ ଗ୍ୟାସ ଦର ନକମିଲେ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆହୁରି ତୀବ୍ରତର ଆନ୍ଦୋଳନ ହେବବୋଲି ଅଧକ୍ଷା ସବିତା ଓଝା ଗଣମାଧ୍ୟମରେ କଡା ଚେତାବନୀ ଦେଇଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: