NK NEWS ODISHA

News agency Odisha

ଚର୍ଚ୍ଚାରେ ରହିବାକୁ ଉଦ୍ୟୋଗୀଙ୍କ ବିଚିତ୍ର ଉପାୟ :ଚାପୁଡ଼ା ଖାଇବାକୁ ଦରମା ଦେଇ ରଖିଛନ୍ତି ସୁନ୍ଦରୀ ଯୁବତୀ !

Bizarre way for entrepreneurs to stay in the spotlight: Beautiful young women are paid to eat slaps!
Spread the love

ଚର୍ଚ୍ଚାରେ ରହିବାକୁ ଉଦ୍ୟୋଗୀଙ୍କ ବିଚିତ୍ର ଉପାୟ :ଚାପୁଡ଼ା ଖାଇବାକୁ ଦରମା ଦେଇ ରଖିଛନ୍ତି ସୁନ୍ଦରୀ ଯୁବତୀ !

ମୋବାଇଲ ଖୋଲି ଫେସ୍‌ବୁକ୍‌ ଅନକଲେ ଗାଲରେ ବସୁଛି ଶକ୍ତ ଚାପୁଡା ! ସେସିଆଲ୍‌ ମିଡିଆର ନିଶା ଛଡାଇବା ପାଇଁ ହେଉ କିମ୍ବା ନିଜକୁ ଚର୍ଚ୍ଚାରେ ରଖିବାପାଇଁ ହେଉ, ଏହିପରି ଏକ ଉପାୟ କରିଛନ୍ତି ଭାରତୀୟ- ଆମେରିକୀୟ ଉଦ୍ୟୋଗୀ ମନୀଷ ସେଠୀ । ଉଦ୍ୟୋଗୀ ମନୀଷ ସେଠୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି |

ଫେସ୍‌ବୁକ୍‌ ଖୋଲିଲେ ଖାଇବାକୁ ମିଳୁଛି ଚାପୁଡା । ସେସିଆଲ୍‌ ମିଡିଆର ନିଶା ଛଡାଇବା ପାଇଁ ଏହିପରି ଅଭିନୟ ଉପାୟ ବାହାର କରିଛନ୍ତି ଭାରତୀୟ- ଆମେରିକୀୟ ଉଦ୍ୟୋଗୀ ମନୀଷ ସେଠୀ । ସୋସିଆଲ୍ ମିଡିଆ ନିଶାରେ ଥିବା ଯୁବପିଢ଼ୀ ପାଇଁ ସେ ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଯୁଗରେ ସୋସିଆଲ୍ ମିଡିଆ ନିଶା ଏମିତି ମାତିଛି ଯେ ଲୋକେ ଦିନ ରାତି ସବୁ ଭୁଲି ସଭିଏଁ ଅନ୍ଲାଇନ୍ ଜାଲରେ ଛନ୍ଦି ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ନିଶା ଛଡ଼ାଇବା ପାଇଁ ମନୀଷ ଏଭଳି ଅଜବ ଉପାୟ ଆପଣାଇଛନ୍ତି ।

ସୂଚନା ଅନୁସାରେ, ଫେସ୍‌ବୁକ୍ ଖୋଲିଲେ ଚାପୁଡ଼ା ମାରିବା ପାଇଁ ଜଣେ ଯୁବତୀଙ୍କୁ ସେ ନିଯୁକ୍ତି ଦେଇଛନ୍ତି । କେବଳ ଚାପୁଡ଼ା ମାରିବା ହିଁ ଯୁବତୀଙ୍କ କାମ । ହେଲେ କେତେବେଳେ ସେ ଚାପୁଡ଼ା ମାରିଥାଏ, ଯେତେବେଳେ ମନୀଷ ଫେସ୍‌ବୁକ୍‌ ଖୋଲନ୍ତି ବା ସେସିଆଲ୍‌ ମିଡିଆ ବ୍ୟବହାର କରନ୍ତି ସେତେବେଳେ ତାଙ୍କ ମହିଳା କର୍ମଚାରୀ କାରା ତାଙ୍କୁ ଚାପୁଡ଼ା ମାରିଥାନ୍ତି । ଏହି କାମ ପାଇଁ କାରା ପ୍ରତି ଘଣ୍ଟାକୁ ନିଅନ୍ତି 8 ଡଲାର । ଏହି ମହିଳାଜଣକ ଗତ 2012 ରୁ ଚାକିରୀରେ ଯୋଗ ଦେଇଛନ୍ତି ।

ଏନେଇ ସୋସିଆଲ୍‌ ମିଡିଆରେ ସେୟାର ହୋଇଥିବା ମନୀଷଙ୍କ ଏକ ଭିଡିଓରେ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ଦୁଇଟି ଫାୟାର ଇମୋଜି ଦେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । 2012 ରେ ମନୀଷ ଏକ ବିଜ୍ଞାପନ ଦେଇଥିଲେ ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ, ସେ ଯେବେ ସମୟ ନଷ୍ଟ କରିବେ ସେତେବେଳେ ତାଙ୍କୁ ଗାଳି କରିବା ସହ ଦରକାର ପଡ଼ିଲେ ଚାପୁଡ଼ା ମାରିବାର ଆବଶ୍ୟକତା ରହିଛି । ଏହା ପରେ ସେ କାରାଙ୍କୁ ଏହି କାମ ପାଇଁ ରଖିଥିଲେ ।ଉକ୍ତ ଉପାୟ ପ୍ରୟୋଗ ଦ୍ୱାରା ମନୀଷଙ୍କ କାମ କରିବାର କ୍ଷମତା 35ରୁ 40 ପ୍ରତିଶତରୁ 98 ପ୍ରତିଶତକୁ ବୃଦ୍ଧି ପାଇଛି । ଏଭଳି ନିଆରା ଉପାୟ ସୃଷ୍ଟି କରି ମନୀଷ ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଚର୍ଚ୍ଚା ହେଉଛି ।

free traffic
%d