NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବି ଜଣାଇଲା ଓଡ଼ଗାଁ ବ୍ଲକ ଘରୋଇ ବିଦ୍ୟାଳୟ ସଂଘ

Spread the love

ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବି ଜଣାଇଲା ଓଡ଼ଗାଁ ବ୍ଲକ ଘରୋଇ ବିଦ୍ୟାଳୟ ସଂଘ

ନୟାଗଡ : 15/07/2021(ବ୍ୟୁରୋ ): ଓଡ଼ଗାଁ ବ୍ଲକ ର ସମସ୍ତ ଘରୋଇ ବିଦ୍ୟାଳୟର କର୍ମ କର୍ତ୍ତା ଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ସାହୁ ଙ୍କୁ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତମାନ କୋଭିଡ ପାଇଁ ପ୍ରାୟ ସମସ୍ତ ବେସରକାରୀ ବିଦ୍ୟାଳୟ ର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ଯ୍ୟରତ ଗୁରୁଜୀ ଗୁରୁମା ତଥା କର୍ମଚାରୀ ମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନଥିବାବେଳେ ସେମାନଙ୍କ ଅବସ୍ଥା ଭଲ ନାହିଁ ।

ଏହି ସମୟରେ ବିନା ଟି. ସି ରେ ବ୍ଲକ ର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ଚାଲିଛି । ତେଣୁ ଏଭଳି ପରିସ୍ଥିତି ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଯେ ଟି. ସି ନେଇ ନାମ ଲେଖାଇବା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ସମ୍ପାଦକ ରଞ୍ଜିତା ରାଣୀ ଷଡ଼ଙ୍ଗୀ ଏବଂ ବ୍ଲକର ସମସ୍ତ ବେସରକାରୀ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

%d bloggers like this: