Barriers to Khordha-Balangi railway construction ...

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ବାଧକ…

Barriers to Khordha-Balangi railway construction ...
Spread the love
ADVERTISEMENT
ADVERTISEMENT

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ବାଧକ…

ଦଶପଲ୍ଲା : 08/01/2021(ରିପୋର୍ଟ : ରତ୍ନାକର ହୋତା ): ବିତି ଚାଲିଛି ବର୍ଷ ପରେ ବର୍ଷ ,ହେଲେ ଅଗ୍ରଗତି ହୋଇପାରୁନି ଖୋର୍ଦ୍ଧା- ବିଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ । ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ଏହି ରେଳପଥ ନିର୍ମାଣକୁ ନେଇ ଏବେ ଅନେକ ଆଶଙ୍କା ଉଦ୍ରେକ ହୋଇଛି । ଦୀର୍ଘ ୫୦ ବର୍ଷର ସ୍ବପ୍ନ ସାକାର ହେବ କେବେ ? ଖୋର୍ଦ୍ଧା ରୁ ବଲାଙ୍ଗୀର କେବେ ଗଡ଼ିବ ରେଳ ?

ADVERTISEMENT

ଏହି ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଉଥିବା ବେଳେ ଏହାର ତଦାରଖ ପ୍ରତି ରେଳ ବିଭାଗ ଅଧିକାରୀଙ୍କ ମଧ୍ୟରେ ସେଭଳି ତତ୍ପରତା ପ୍ରକାଶ ପାଇନାହିଁ । ବିଶେଷକରି 289 କିମି ଦୈର୍ଘ୍ୟ ବିଶିଷ୍ଟ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ,ଦଶପଲ୍ଲା ହେଉଛି ପ୍ରମୁଖ ସ୍ଥାନ । ଭବିଷ୍ୟତରେ ଏହି ବାଟ ଦେଇ ଅନୁଗୋଳ – ଗୋପାଳପୁର ସହ ବିଭିନ୍ନ ଜିଲ୍ଲାକୁ ରେଳପଥ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । 2012 ଜୁନ 19 ତାରିଖରେ ଏହି ରେଳପଥ ନୟାଗଡ଼ ଜିଲ୍ଲାକୁ ଛୁଇଁଥିଲାବେଳେ, ପ୍ରାୟ ଅନେକ ବର୍ଷ ପରେ ଅର୍ଥାତ୍‌ 2029 ଡିସେମ୍ବର 22 ରେ ମହୀପୁରକୁ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା ।

ଏହା ମଧ୍ୟରେ ମହୀପୁର – ନୂଆଗାଁ ଏବଂ ଦଶପଲ୍ଲାର ବୁଗୁଡ଼ା ପର୍ଯ୍ୟନ୍ତ 45 କିମି ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ବରିତ ବେଗରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି କାର୍ଯ୍ୟରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେଉଛି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମର ଶହଶହ ଏକର ବ୍ୟକ୍ତିଗତ ମାଲିକାନାରେ ଥିବା ଜଂଗଲ ଜମି ରେଳପଥ ନିର୍ମାଣ ପାଇଁ ସରକାର ଅଧିଗ୍ରହଣ କରିଥିଲେ ମଧ୍ୟ ,ଅଦ୍ୟାବଧି ସରକାର ଗ୍ରାମବାସୀଙ୍କୁ ଏହାର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରିନାହାନ୍ତି । ସେହିଭଳି ବୁଗୁଡାଠାରୁ ବଣୀଗୋଛା ଏବଂ ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଜଙ୍ଗଲ ରହୁଥିବା ବେଳେ ଅଧିଗ୍ରହଣ କାର୍ଯ୍ୟରେ ବିଳମ୍ବ ହେଉଛି । ଦଶପଲ୍ଲା ଅଂଚଳଟି ରେଳ ବିଭାଗ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏହାର ତଦାରଖ ଦାୟିତ୍ଵରେ ରେଳ ବିଭାଗର କୌଣସି ଅଧିକାରୀ ରହୁନଥିବା ବେଳେ, ଏହାର ନିର୍ମାଣ କାର୍ଯ୍ୟ ଯେଉଁ ହାରରେ ଅଗ୍ରଗତି ହେବା କଥା ତାହା ହୋଇ ପାରୁନଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି ।

ଏହାର ଅଧିକାରୀମାନେ ଭୁବନେଶ୍ଵରରେ ରହୁଥିବା ବେଳେ କେବେ କେମିତି ଦଶପଲ୍ଲା ଆସିଥାନ୍ତି । ବିଭିନ୍ନ ସ୍ଥାନରେ ଦେଖା ଦେଉଥିବା ସମସ୍ୟା ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ନୂଆଗାଁ ଠାରୁ ଦଶପଲ୍ଲା ମଧ୍ୟରେ ମାଳମାଳ ସମସ୍ୟା ରହିଥିବାବେଳେ,ସୋରଡ଼ଠାରେ ଜମି ଅଧିଗ୍ରହଣ ହେଇନଥିବା ହେତୁ ଠିକାସଂସ୍ଥା ପ୍ରାୟ 2 କିମି ରାସ୍ତାରେ ହାତ ମାରିପାରୁନାହିଁ । ସେହିଭଳି ଅରାସାହିଠାରେ ଗ୍ରାମବାସୀଙ୍କ ବିରୋଧ ପାଇଁ ରେଳପଥ ର ଅଗ୍ରଗତି ହୋଇପାରୁନାହିଁ । ଫଳରେ ସେଠାରେ ପ୍ରାୟ 1 କିମ ରାସ୍ତା ନିର୍ମାଣ ହୋଇପାରୁନି । ସେହିଭଳି କୁଣିସରାଠାରେ ଜଳସମ୍ପଦ ବିଭାଗ ଏବଂ ରେଳବିଭାଗ ର ମିଳିତ ତଦନ୍ତ ହୋଇ ସମାଧାନ ହେବା ପରେ ଏକ ସେତୁ ନିର୍ମାଣ ହେବାକୁ ଥିବା ବେଳେ ଉଭୟ ବିଭାଗର ଅଧିକାରୀଙ୍କ ଖିଆଲି ମନୋଭାବ ପାଇଁ ଏହା ଦୀର୍ଘ ଦିନ ଧରି ସମାଧାନ ହୋଇପାରୁନାହିଁ।

ସ୍ଥାନୀୟ ଜାନିସାହି ଠାରେ ମଧ୍ୟ କିଛି ଅଧିଗୃହିତ ଜମିର ପ୍ରାପ୍ୟ ମିଳୁନଥିବା ବେଳେ ,ବାଧକ ସାଜିଛି ବିଦ୍ୟୁତ୍ ବିଭାଗ । ବିଭିନ୍ନ ସ୍ଥାନରେ 11 କେଭି ବିଦ୍ୟୁତ୍ ତାରକୁ ସ୍ଥାନାନ୍ତର କରାଯାଉନଥିବା ହେତୁ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସାଜୁଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି । ଗୋଟିଏ ପାର୍ଶ୍ବରେ ଏହି ରେଳପଥ ଓଡ଼ିଶାବାସୀଙ୍କ ପାଇଁ ଜୀବନରେଖା ପାଲଟିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଫଳରେ ଏହା ଉପରେ କୌଣସି ପ୍ରଭାବ ପଡି ପାରୁନଥିବା କୁହାଯାଉଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: