ବନଫୁଲ ରୌପ୍ୟ ଜୟନ୍ତୀ ଅନୁଷ୍ଠିତ |
ଯାଜପୁର : 03/10/2021( ରିପୋର୍ଟ : ସନାତନ ମହାକୁଡ଼): ଓଡ଼ିଶାର ଅଗ୍ରଣୀ ପ୍ରକାଶନୀ ବନଫୁଲର ରୌପ୍ୟ ଜୟନ୍ତୀ ଯାଜପୁର ବରୁଣେଶ୍ୱର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି । ବାରୁଣେଶ୍ୱର ମହାବିଦ୍ୟାଳୟର ଇଂରାଜୀ ଓ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ଅଲୋଚନା ଚକ୍ର ସହ ବନଫୁଲ ପକ୍ଷରୁ ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । 2019 ବର୍ଷ ପାଇଁ ବିଖ୍ୟାତ କବି ଶ୍ରୀହରି ଧଳ, 2020 ବର୍ଷ ପାଇଁ କବି ଅନିଲ ଚନ୍ଦ୍ର ଦାସଙ୍କୁ ବନଫୁଲ ସମ୍ମାନ ପ୍ରଦାନ କରାଯାଇଥିଲା ।
ସେହି ପରି ପ୍ରବନ୍ଧ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, ବିଶିଷ୍ଟ ପ୍ରାବନ୍ଧିକ ବେଣୁଧର ପାଢ଼ୀ, ସୁବ୍ରତ ଦାସ, ଗପ ପାଇଁ କବିତା ବାରିକ, କାର୍ତ୍ତିକ ସ୍ୱାଇଁ, କବିତା ପାଇଁ କବି ହେମନ୍ତ ରାଉତ, ବହି ପାଇଁ ବିନ୍ଦୁରେଖା ମହାପାତ୍ର, ମାଙ୍ଗଳିକା ଦାସ, ଯୁବ ସାହିତ୍ୟ ପାଇଁ କବି ମନୋଜ ମେହେର, କବି ଶୁଭ ନାରାୟଣ ସ୍ୱାଇଁ, ସମ୍ପାଦନା ପାଇଁ ଧ୍ୱନି ପ୍ରତିଧ୍ବନିର ସମ୍ପାଦିକା ସୈରୀନ୍ଧ୍ରି ସାହୁ, ସାହିତ୍ୟ ଫର୍ଦ୍ଦ ସମ୍ମାନ 2020 ବର୍ଷ ପାଇଁ ସନ୍ତୋଷ କୁମାର ମେହେର, 2021ବର୍ଷ ପାଇଁ ଦିନେଶ ଅଗ୍ରୱାଲା ଓ କବି ନାରାୟଣ ମହାଳିକ, ଡକ୍ଟର ବାସୁଦେବ ମିଶ୍ର, କବି ବୃନ୍ଦାବନ ଦାସ, କବି ଜ୍ୟୋସ୍ନା ସାମନ୍ତରାୟଙ୍କୁ ମାନପତ୍ର, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏନ. ବି. ଟି ର ପୂର୍ବତନ ନିର୍ଦେଶକ ମାନସ ରଞ୍ଜନ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ବିଜୟ ପ୍ରଧାନ, ସମ୍ମାନନିୟ ଅତିଥି ଭାବେ କବି ରମାକାନ୍ତ ଜେନା, ଅଖିଳ ଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା , ଉଦଘାଟକ ଭାବେ ବାରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ଓ ବନଫୁଲର ପ୍ରତିଷ୍ଠାତା ରତ୍ନାକର ନାୟକ ଯୋଗ ଦେଇଥିଲେ, ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠିତ ସୃଜନ ଶିଳ୍ପୀମାନଙ୍କର ସମାଗମ ହୋଇଥିଲା।
ବନଫୁଲ ପକ୍ଷରୁ ମେଧାବୃତ୍ତି ଓ ଆର୍ଥିକ ସହାୟତା ପ୍ରଦାନ :
ଓଡ଼ିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବନଫୁଲ ପକ୍ଷରୁ ରାଜନଗର ଗାଁର ଅସହାୟ ମହିଳା ରମଣୀ ଦାସ ପକ୍ଷଘାତରେ ପୀଡିତ ହୋଇ ଥିବାରୁ ତାଙ୍କୁ ଏକ ହଜାର ପାଞ୍ଚ ଶହ ଟଙ୍କା ଆର୍ଥିକ ସହାୟତା ଓ ଆର୍ଥିକ ଅବସ୍ଥା ଭଲ ନଥିବା ମେଧାବୀ ଛାତ୍ର ବେଳପାଳ ଗାଁର ସତ୍ୟପ୍ରିୟ ସ୍ବାଇଁଙ୍କୁ ମେଧାବୃତ୍ତି ଏକ ହାଜର ଟଙ୍କା ପ୍ରଦାନ କରିଛନ୍ତି। ବନଫୁଲର ନିର୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ଉଭୟଙ୍କ ପାଖରେ ପହଁଛି ଏହି ଅର୍ଥ ରାଶି ଉଭୟଙ୍କୁ ପ୍ରଦାନ କରିଛନ୍ତି । ଆଗକୁ ଯାହା ଆବଶ୍ୟକ ତାହା ଉଭୟଙ୍କୁ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ