ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ବ୍ଲକ ଅଫିସ ଘେରାଉ କଲା ବିଜେପି l
ରଣପୁର : 09/07/2021(ରିପୋର୍ଟ : ରଞ୍ଜିତ କୁମାର ପ୍ରଧାନ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରଣପୁର ବ୍ଲକ ଘେରାଉ କଲା ରଣପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି l ରଣପୁର ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କୁ ରାଜନୈତିକ ଚାପ ପ୍ରୟୋଗ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେଇ ଦଳୀୟ ଭିତ୍ତିରେ ନିଜ କର୍ମୀ ତଥା ଆର୍ଥିକ ସ୍ୱଚ୍ଛଳ ଥିବା ପରିବାରବର୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଉଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି l
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ବ୍ଲକ ଅଫିସ ଘେରାଉ କଲା ବିଜେପି l pic.twitter.com/Bt4lxGQgqr
— Nayagarh khabar (@NayagarhK) July 9, 2021
ରଣପୁରର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସୁରମା ପାଢ଼ିଙ୍କ ନେତୃତ୍ୱରେ ଆଜି ବିଜେପି ପାର୍ଟି ଅଫିସରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ରଣପୁର ସହର ପରିକ୍ରମା କରିବା ସହ ବ୍ଲକରେ ପହଞ୍ଚି ରାଜ୍ୟପାଳଙ୍କ ଉଦେଶ୍ୟରେ ରଣପୁର ବିଡ଼ିଓଙ୍କୁ ଏକ ଦାବିପତ୍ର ଦେଇଥିଲେ l ଏଥିରେ ବିଜେପିର ନୟାଗଡ ଜ଼ିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା, ଜ଼ିଲ୍ଲା ସାଧାରଣ ସମ୍ପାଦକ ପରେଶ ମିଶ୍ର ଏବଂ ବିଜେପି ର ଶତାଧିକ କର୍ମୀ ଯୋଗଦେଇଥିଲେ l ସେମାନଙ୍କର ଦାବୀଥିଲା ସରକାରୀ ସ୍ତରରେ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏଥରେ ସାମିଲ କରାଯାଉ ନହେଲେ ବିଜେପି ପକ୍ଷରୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଏବଂ ଦୁବାଇ ଗସ୍ତ କାହିଁକି? ଜାଣନ୍ତୁ….
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |