ସାମ୍ବାଦିକଙ୍କୁ ମାଡ଼ ଓ ଦୁର୍ବ୍ୟବହାରକୁ ବିରୋଧ କରି ନୟାଗଡ଼ ଜିଲ୍ଲପାଳଙ୍କୁ ଦାବିପତ୍ର ଦେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ
— Nayagarh khabar (@NayagarhK) July 27, 2021
ନୟାଗଡ଼ :27/07/2021(ରିପୋର୍ଟ :ରବିନ୍ଦ୍ର କୁମାର ସାହୁ): କେନ୍ଦ୍ରାପଡା ଓ ନୟାଗଡ଼ ସମେତ ସାରା ଓଡିଶାରେ ସାମ୍ବାଦିକଙ୍କ ପ୍ରତି ବଢି ଚାଲିଥିବା ଦୁର୍ବ୍ୟବହାର ଏବଂ ଆକ୍ରମଣ ପ୍ରତିବାଦରେ, ନୟାଗଡ଼ ଜିଲ୍ଲା ଡିଜିଟାଲ୍ ମିଡ଼ିଆ ଜର୍ନାଲିଷ୍ଟ ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘ ସହିତ ନୟାଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଯୋଗଦେଇ ଏହି ପ୍ରତିବାଦରେ ସାମିଲ ହୋଇଥିଲେ |
ଆଜି ପୂର୍ବାହ୍ନ 11 ଘଟିକା ସମୟେରେ ନୟାଗଡ଼ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରୁ ଶତାଧିକ ସାମ୍ବାଦିକ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାରକୁ ବିରୋଧ କରି ନାରାବାଜି କରିବା ସଂଗେ ସଂଗେ, ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ପାଇଁ ଦୃଢ ଦାବି କରିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ସଭାପତି ଅନ୍ଓ୍ବାର୍ ଅଲ୍ଲୀ, ସଂପାଦକ କିଶୋର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସମେତ ବ୍ଲକ୍ ସ୍ତରୀୟ ଡିଜିଟାଲ ମିଡିଆ ଆସୋସିଏସନର ସଭାପତି , ସଂପାଦକ ଓ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।
More Stories
ଓଡିଶାର ବାଲେଶ୍ୱରରେ ତିନୋଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ 70 ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି, 350 ଜଣ ଆହତ ହୋଇଛନ୍ତି !
ଓଡ଼ିଶା ଭିଜିଲାନ୍ସ ସ୍କାନରରେ କରଞ୍ଜିଆ ତହସିଲଦାର |
24 ବର୍ଷରେ ନବୀନଙ୍କ ବିଜେଡ଼ି ସରକାର !