ଘରୋଇ ବଚସାରୁ ଆକ୍ରମଣ : ଥାନାର ଦ୍ୱାରସ୍ଥ…. - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଘରୋଇ ବଚସାରୁ ଆକ୍ରମଣ : ଥାନାର ଦ୍ୱାରସ୍ଥ….

Attack from domestic dispute: at the door of the police station ....
Spread the love
ADVERTISEMENT
ADVERTISEMENT
ADVERTISEMENT

ଘରୋଇ ବଚସାରୁ ଆକ୍ରମଣ : ଥାନାର ଦ୍ୱାରସ୍ଥ….

ଓଡଗାଁ : 22/11/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ପାରିବାରିକ ଗଣ୍ଡଗୋଳ ଶେଷରେ ଉଗ୍ର ରୂପ ନେଲା l ଗୋଟିଏ ପରିବାରର ଦୁଇ ଯା ମଧ୍ୟରେ ସାମାନ୍ୟ ବଚସାକୁ ନେଇ ଠେଙ୍ଗାରେ ଆକ୍ରମଣ l ଘଟଣାଟି ଘଟିଛି ଓଡଗାଁ N A C ଅନ୍ତର୍ଗତ ଶିଳ୍ପୀନଗର ସାହିରେ l କବିରାଜ ସାହୁ ଏବଂ ସୁଶାନ୍ତ ସାହୁ ଦୁଇ ଭାଇ l ଗୋଟିଏ ପରିବାରରେ ରୁହନ୍ତି l ଦୁଇ ଯା ମଧ୍ୟରେ ସାମାନ୍ୟ ଟାହି ଟାପରା କୁ ନେଇ ବଚସା ଆରମ୍ଭ ହୋଇଥିଲା l ଏହି ବାଚସରୁ ଶେଷରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା l ଏହି କଥା କହିଛନ୍ତି ବଡ ଭାଇ କବିରାଜ ସାହୁ ଙ୍କ ପତ୍ନୀ ବାସନ୍ତୀ ସାହୁ l ତାଙ୍କର ଅଭିଯୋଗ ହେଲାଯେ ଆଜି ସକାଳ ଆଠଟା ବେଳେ ସ୍ୱାମୀ କବିରାଜ ସାହୁ ନିକଟସ୍ଥ ବଜ଼ାରକୁ ଚା ପିଇବା ପାଇଁ ଯାଇଥିଲେ l ଏହି ସମୟରେ ଦୁଇ ଯା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ସାନ ଯା ର ପାଟି ଶୁଣି ଦିଅର ସୁଶାନ୍ତ ସାହୁ ହଠାତ ଆସି କିଛି ନବୁଝି ନଶୁଝି ହଠାତ ଠେଙ୍ଗାରେ ଆକ୍ରମଣ କରିଲେ l ଏଥିରେ ତାଙ୍କର ମୁଣ୍ଡ ଫାଟି ରକ୍ତଶ୍ରାବ ହେବା ସହ ଶରୀରରେ ଅନ୍ୟ ଅଂଶରେ ମଧ୍ୟ ଆଘାତ ଲାଗିଛି l ଏ ଘଟଣା ଦେଖି ଘର ବାହାରେ ବସିଥିବା ପୁଅ ଆସି କଣ ହୋଇଛି ଭୁଝିଵା ବୋଲି ଦିଅରଙ୍କୁ କହିଲା ବେଳେ ସେ ତାକୁ ମଧ୍ୟ ଠେଙ୍ଗାରେ ଆକ୍ରମଣ କରି ତା ମୁଣ୍ଡ ଫଟାଇ ଦେଇଛନ୍ତି l

ADVERTISEMENT

ନ୍ୟାୟ ପାଇବା ଆଶାରେ ମା ପୁଅ ଦୁହେଁ ଓଡଗାଁ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିଲେ l ଓଡଗାଁ ପୋଲିସ ତୁରନ୍ତ ଉଭୟ ଙ୍କୁ ଓଡଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ l ଚିକିତ୍ସା ସରିବା ପରେ ଡାକ୍ତରଖାନାରୁ ଫେରି ବଡ ଯା ବାସନ୍ତୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଓଡଗାଁ ଆଦର୍ଶ ଥାନା I I C ପୂର୍ଣଚନ୍ଦ୍ର ପଟ୍ଟନାୟକ ଅଭିଯୋଗ ଗ୍ରହଣ କରି କେସ ନମ୍ବର 125/21 ରେ ରେଜିଷ୍ଟେସନ କରି ଘଟଣାର ତଦନ୍ତ ଚଳାଇଛନ୍ତି l ନୟାଗଡ ଜିଲ୍ଲା ଓଡଗାଁ ରୁ ରବୀନ୍ଦ୍ର କୁମାର ସାହୁ

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: