NK NEWS ODISHA

News agency Odisha

ଅସୁରେଶ୍ଵର ମଣ୍ଡଳ ଚାରଣ ଗୋଷ୍ଠି ପକ୍ଷରୁ ବୈଠକ |

Meeting on behalf of Asureshwar Mandal Charan Group
Spread the love

ଅସୁରେଶ୍ଵର ମଣ୍ଡଳ ଚାରଣ ଗୋଷ୍ଠି ପକ୍ଷରୁ ବୈଠକ |

କଟକ : 24/20/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଅଣସରପୁର ମା’ ବୁଢୀ ଜାଗୁଳାଇ ପୀଠରେ ଆନ୍ତର୍ଜାତିୟ ଚାରଣ ଗୋଷ୍ଠି,ପୁରୀ କଟକ ଜିଲ୍ଲା ସଂଗଠନ ଅସୁରେଶ୍ଵର ମଣ୍ଡଳ ଚାରଣ ଗୋଷ୍ଠି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମଣ୍ଡଳର ପାଞ୍ଚଟି ଶାଖାର ଚାରଣ ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

ଏହି ବୈଠକରେ କଟକ ଜିଲ୍ଲା ଚାରଣ ସଗଂଠକ ସରୋଜ କୁମାର ମଲ୍ଲ, ଅସୁରେଶ୍ଵର ମଣ୍ଡଳ ସଂଗଠକ କୁଳମଣି ସାହୁ,ଜମରା ମଣ୍ଡଳ ଶାଖାର ଦଳପତି ପ୍ରତାପ କିଶୋର ମହାନ୍ତି, ଅସୁରେଶ୍ଵର ଶାଖାର ଦଳପତି ପଣ୍ଡିତ ଭାବଗ୍ରାହୀ ମିଶ୍ର,ଘଣ୍ଟାଳୋ ଦଳପତି ଗୋପିନାଥ ସିଂହ,କଟିକଟା ସମ୍ପାଦକ ଧୃବ ଚରଣ ପାଢୀ ଏବଂ ଅନ୍ୟାନ୍ୟ ଅଞ୍ଚଳ ଚାରଣ ମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କିଭଳି ଲୋକମାନେ ନିକଟରେ ପହଞ୍ଚିପାରିବ ଏବଂ କଳିଯୁଗରେ ବଞ୍ଚିବାର ଗୋଟିଏ ମାଧ୍ୟମ ହେବା ଦରକାର ଜଗନ୍ନାଥ ଚେତନାର ବାଣୀ,ଏହି ମହାମରୀ ଯୁଗେ ଯୁଗେ ହୋଇଆସୁଛି କିନ୍ତୁ ବଞ୍ଚିବାର ଗୋଟିଏ ଉପାୟ ମହାମନ୍ତ୍ର ବୋଲି ବୈଠକରେ ଚାରଣ ମାନେ ଆଲୋକ ପାତ କରିଥିଲେ।

%d