ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ବାଣୀଗୋଛା :17/06/2022(ରିପୋର୍ଟ : ସୁବାଷ ଚନ୍ଦ୍ର ବାରିକ ): ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଥିବା ଆଶଙ୍କାର ପୂର୍ଣ୍ଣଛେଦ ଘଟିଛି । ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଆଜିଠାରୁ ଆଦର୍ଶ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ହୋଇଛି । ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଉପରୋକ୍ତ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଲଗାଇ ବିଦ୍ୟାଳୟକୁ ସ୍ବାଗତ କରାଯାଇଥିଲା । ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇ ଥିବାରୁ ସମସ୍ତେ ଉପସ୍ଥିତ ଥିଲେ ।ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ୍ୟା ଝୁନା ଜେନା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାଶିବ ମିଶ୍ର , ସରପଞ୍ଚ ସୁଭାଷିନୀ ବାରିକି , ଶିକ୍ଷା ଅଧିକାରୀ ପ୍ରଣତୀ ପଟ୍ଟନାୟକ , ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା , ପ୍ରଶାନ୍ତ କୁମାର ସାହୁ , ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ , ଶିକ୍ଷକ ବାମନ ଚରଣ ବାରିକି , ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ , ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଅତିଥ୍ ମାନଙ୍କ ସହ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପରେ କ୍ଲାସ ରୁମ ଭିତରେ ଚକୋଲେଟ ଏବଂ ଛୋଟ ଫୁଲ ତୋଡ଼ା ଦେଇଥିଲେ , ଏବଂ ଅତିଥିମାନେ କିଛି କିଛି ବକ୍ତବ୍ୟ ରଖୁଥିଲେ , ଶେଷରେ ଛାତ୍ରୀ ମାନଙ୍କ ମଧ୍ୟରୁ ଆୟୁଷି ତନୟା ସାହୁ ଅତିଥ୍ ମାନଙ୍କ ପରିଚୟ ଦେଇ କିଛି ବକ୍ତବ୍ୟ ରଖୁଥିଲେ । ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ତଥା ଅଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |
ସେବା ସ୍ଵଧାର ଗୃହ ତରଫରୁ “ରଜ ଉତ୍ସବ” ପାଳିତ |