ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 5 ଆହତ
ଦଶପଲ୍ଲା :26/08/2021: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଶାଳଭଂଗା ଗ୍ରାମ, 57ନଂ ଜାତୀୟ ରାଜପଥ ଉପରେ ଆଜି ଭୋର୍ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ଆଜି ଭୋର୍ ସମୟରେ, ଝାରସୁଗୁଡା ରୁ ଏକ ପିକ୍ଅପ୍ ଭ୍ୟାନ୍ ଚିଗୁଂଡି ମାଛ ଆଣିବା ପାଇଁ ଦୃତ ଗତିରେ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଭୋର୍ ସମୟରେ ଏକ ମାଲ୍ ବାହି ଟ୍ରକ୍ ପଛରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଯୋରଦାର୍ ଥିଲାଯେ , ଦୁର୍ଘଟଣା ଶବ୍ଦରେ ନିକଟସ୍ଥ ଶାଳଭଂଗା ଗ୍ରାମବାସୀ ମାନଙ୍କର ନିଦ ଭାଂଗି ଯାଇଥିଲା ।ସଂଗେ ସଂଗେ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ,ଗୁରୁତ୍ତର ଆଘାତ ପ୍ରାପ୍ତ ଡ୍ରାଇଭର ଓ ଅନ୍ୟ 4 ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ । ସମ୍ବାଦ ଲେଖାହେବା ସୁଦ୍ଧା ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |