NK NEWS ODISHA

News agency Odisha

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହି ମୃତ

Spread the love

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହି ମୃତ

ଦଶପଲ୍ଲା : 03/07/2021(ରିପୋର୍ଟ : ରତ୍ନାକର ହୋତା): – ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ନିକଟସ୍ଥ କାମିଟି ପଂଗା ନିକଟରେ ଆଜି ଅପରାହ୍ନ ୨ଟା ୩୦ ସମୟରେ ଏକ ଲୁହାରଡ୍ ବୋଝେଇ ଟ୍ରକ୍ (OD 07 L 3161 ) ସହିତ, ଏକ ବାଇକ୍ ( OD O2 B 9223) ର ମୁହାଁମୁହିଁ ଧକ୍କା ହେବା ଫଳରେ, ଘଟଣା ସ୍ଥଳରେ ବାଇକ୍ ଆରୋହି କଂର ମୃତ୍ୟୁ ହୋଇଛି । ଖବରପାଇ ବାଣିଗୋଛା ଥାନାଅଧିକାରୀ, ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ପ୍ରକାଶ ଥାଉକି , ବାଣିଗୋଛା ନିକଟସ୍ଥ କାମିଟି ଫଗା ହନୁମାନ ମଂଦିର ଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ , ଜାତୀୟ ରାଜପଥ ପ୍ରାଧିକରଣ ଏଥିପ୍ରତି କର୍ଣପାତ କରୁନଥିବା ରୁ ସର୍ଵସାଧାରଣରେ କ୍ଷୋଭ ପ୍ରକାଶ ପାଉଛି ।

ଆର୍ ଟି ଓ ଇମ୍ଫୋ ଅନୁଯାୟୀ ମୋଟର୍ ସାଇକେଲ ମାଲିକ ପ୍ରକାଶ କୁମାର ପ୍ରଧାନ, ହୋଇଥିଲା ବେଳେ , ମୃତକଙ୍କ ଜଣକ ବାହାଡାଝୋଲା ଅଞ୍ଚଳ ଘୋଡ଼କବାରି ବୋଲି, ବାଣିଗୋଛା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

%d