NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୂଆଗାଁ ବ୍ଳକ ରେ ଆବାସ ଯୋଜନା : କାର୍ଯ୍ୟାଦେଶ ଦେଇ ଦାୟିତ୍ୱ ସାରିଦେଲେ ସରକାରୀ ବାବୁ ।

Spread the love
ADVERTISEMENT

ନୂଆଗାଁ ବ୍ଳକ ରେ ଆବାସ ଯୋଜନା : କାର୍ଯ୍ୟାଦେଶ ଦେଇ ଦାୟିତ୍ୱ ସାରିଦେଲେ ସରକାରୀ ବାବୁ ।

ନୂଆଗାଁ : 10/07/2021(ରିପୋର୍ଟ :ନିରଞ୍ଜନ ସାହୁ ): ଅଧାଗଢା ହୋଇ ପଡିରହିଛି ଆବାସ ଯୋଜନା ! ଆଦିବାସୀ ଲୋକଙ୍କୁ ଠକିଦେଲେ ଠିକାଦାର | ସାରା ଦେଶରେ ଦାରିଦ୍ରତା ଦୂର କରିବା ପାଇଁ ପ୍ରତ୍ୟେକ ଗରିବ ଗୁରୁବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଥିବା ବେଳେ କେତେକ ଜାଗାରେ ଏହା ବାଟବଣା ହେଉଥିବା ଦେଖିବାକୁ ମିଳିଛି। କେତେକ ଜାଗାରେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଅର୍ଥ କାରବାର ହେଉଥିବା ବେଳେ କେତେକ ଜାଗାରେ ଠିକାଦାର ମାନେ ସତମିଛ କହି ଘର କରିଦେବା ପାଇଁ ଲୋକଙ୍କୁ ଭୂଆଁ ବୁଲାଉଥିବାର ନଜର ଆସିଛି। ପ୍ରକୃତ ହିତାଧିକାରୀଙ୍କ ପାଖରେ ଆବାସ ଯୋଜନା ପହଂଚି ପାରୁନାହିଁ କି ପଂହଚିବା ପରେ ତାହା ବାଟବଣା ହେଉଥିବା ବେଳେ ପ୍ରଶାସନର ନୀରବ ସମର୍ଥନ ଦୁର୍ନୀତି ଆଡକୁ ଆଙ୍ଗୁଳି ନିେର୍ଦ୍ଦଶ କରୁଛି। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଆବାସ ଯୋଜନା ଯୋଗାଣରେ |

ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ମାଇଛେଳି ଗ୍ରାମପଂଚାୟତ ଭୂଇଁରଗଡି ଗ୍ରାମରେ। ଏହା ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ପାଖାପାଖି ୧୫ ପରିବାର ବର୍ଷ ବର୍ଷଧରି ବସବାସ କରି ଆସୁଛନ୍ତି। ଏହି ଗ୍ରାମର ଲବଣି ବେୱା, ଯୁଗଳ ପ୍ରଧାନ ଓ ମହାଦେଇ ପ୍ରଧାନଙ୍କ ନାମରେ ୨୦୧୭ ମସିହା ଠାରୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା। ସେମାନେ ଘର କରିବାରେ ସକ୍ଷମ ନଥିବା ଜାଣିପାରି ଜଣେ ଠିକାଦାର ଘରକାମ କରିବା ପାଇଁ ଗ୍ରାମରେ ପହଂଚି ପ୍ରତିଶ୍ରୃତି ଦେଇଥିଲେ। ଲବଣି ବେୱାଙ୍କର ୨୦୧୭ ମସିହା ନଭେମ୍ବର ୧୮ ତାରିଖରୁ ଘର କରିବା ପାଇଁ ଅର୍ଥ ପଠା ଯାଇଥିବା ବେଳେ ବର୍ତମାନ ୩ ବର୍ଷ ପରେ ଛାତପତନ ହୋଇ କାର୍ଯ୍ୟ ଅଟକି ରହିଅଛି। ସେହିଭଳି ଯୁଗଳ ପ୍ରଧାନଙ୍କର ୨୦୧୭ ମସିହା ନଭେମ୍ବର ୧୭ ତାରିଖରୁ ଆସିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ଲିନ୍ଥ ଯାଏ କାମ ହୋଇଛି ଏବଂ ମହାଦେଇ ପ୍ରଧାନଙ୍କ ଘର ଛାତପତନ ହୋଇଥିବା ବେଳେ କୌଣସି କାରଣରୁ ତାଙ୍କର ୨୦୧୯ ମସିହାରେ ମୃତ୍ୟୁ ଘଟିବା ପରେ ସେତିକିରେ ତାଙ୍କର କାର୍ଯ୍ୟ ଅଟକି ରହିଯାଇଛି। ତେବେ ମହାଦେଇଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣଙ୍କ ଘର କାର୍ଯ୍ୟ କରିବା ପାଇଁ ବର୍ତମାନ ସମୟରେ ଠିକାଦରଙ୍କର ଗ୍ରାମରେ ପାଦ ପଡୁନଥିବା ହିତାଧିକାରୀ ମାନେ କହିଛନ୍ତି। ବର୍ଷ ବର୍ଷଧରି ଅଭିଯୋଗ କରିବା ପରେ ଯେଉଁ ଘର କରିବାର ସ୍ବପ୍ନ ଦେଖିଥିଲେ ତାହା ସ୍ବପ୍ନରେ ରହିଯାଇଥିବା ସେମାନେ କହିଛନ୍ତି। ଯଦି ଠିକାଦାରଙ୍କର ଘର କରାଇବା ପାଇଁ ସାମର୍ଥ୍ୟ ନଥିଲା ତାହାଲେ କଣ ପାଇଁ ଏଭଳି ଅଧପନ୍ତରିଆ ଭାବରେ କାମ କରି ପକାଇଛନ୍ତି ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ତେବେ ଲବଣି ବେୱାଙ୍କର ବୟସ ୬୦ ପାଖାପାଖି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ଏକ ଚାଳ ଛପର ଘରେ ରହୁଥିବା ଜଣାପଡିଛି। ତେବେ ଏନେଇ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ଜନପ୍ରତିନିଧି ହୁଅନ୍ତୁ ଅବା ପ୍ରଶାସନିକ କର୍ମଚାରୀ ମାନେ କେହି ବି ସେମାନଙ୍କ ପ୍ରତି ଗୁରୁତ୍ବ ଦେଉନଥିବା ହିତାଧିକାରୀ ମାନେ କୋହ ଭରା କଣ୍ଠରେ କାନ୍ଦି କାନ୍ଦି କହିଛନ୍ତି। ମହରଗରୁ ଆସି କାନ୍ତାରରେ ପଡିବା ଭଳି ସେମାନେ ଯାହାକୁ ଅସମୟର ବନ୍ଧୁ ଭାବି ସହଯୋଗ କରିବା ପାଇଁ ବିଶ୍ବାସ କରି ଆସୁଥିଲେ ସେ ଠିକାଦାର ଶେଷରେ ସ୍ବାର୍ଥପର ହୋଇ କାର୍ଯ୍ୟସ୍ଥଳକୁ ଆଦୌ ଯାଉନଥିବା ସେମାନେ କହିଛନ୍ତି। ଅରକ୍ଷିତକୁ ଦଇବ ସାହା ଭଳି ଆବାସ ଯୋଜନା ପାଇଥିବା ହିତାଧିକାରୀ ମାନେ ନିଜ ନିଜ ଭାଗ୍ୟକୁ ଆଦରି ଚାଳ ଛପର ଘରେ ଚଳୁଥିବା ଦେଖିବାକୁ ମିଳିଛି। ଆଦିବାସୀ ଲୋକ ନୀରିହ ଓ ସରଳ ସ୍ବଭାବର ହୋଇଥିବାରୁ ସେମାନଙ୍କୁ ଠିକାଦାର ଠକିଦେଇ ଛୁ ମାରିଥିବା ଗ୍ରାମର ଲୋକମାନେ କହିଛନ୍ତି। ତେବେ ପ୍ରସାଶନିକ ଅଧିକାରୀମାନେ ଏଭଳି ଏକ ସମ୍ପ୍ରେଦନଶୀଳ ଘଟଣାର ତଦନ୍ତ କରିବା ସହ ଗରିବ ନୀରିହ ଆଦିବାସୀ ଲୋକଙ୍କ ଆବାସ ଯୋଜନାରେ ମିଳିଥିବା ଘରକୁ ପୂର୍ଣ୍ଣାଙ୍ଗୀକରଣ କରାଇବା ପାଇଁ ସହଯୋଗର ହାତ ବଢାଇବାକୁ ସ୍ଥାନୀୟ ବୁଦ୍ଧିଜୀବି ମାନେ ମତପ୍ରକାଶ କରିଛନ୍ତି। ଏ ନେଇ ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ଆଗରୁ କାର୍ଯ୍ୟ କରିଥିବା ଠିକାଦାରଙ୍କ ବିଷୟରେ ସେ ଜାଣିନଥିବା ବେଳେ, ହିତାଧିକାରୀଙ୍କୁ ଘର କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ସେମାନେ ଘର କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ରୂପେ ଅସମର୍ଥ ବୋଲି କହିଛନ୍ତି। କିନ୍ତୁ ବାଲି ଇଟା ସିମେଣ୍ଟ ଓ ମିସ୍ତ୍ରୀ ମଧ୍ୟ ଦେଇ ସହଯୋଗ କରିବି କିନ୍ତୁ ତମେ ଘରକାମ କର କହିଛନ୍ତି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ADVERTISEMENT
ADVERTISEMENT
%d bloggers like this: