ଦେଢ଼ବର୍ଷ ପରେ ଖୋଲିଲା ଓଡଗାଁ ସରକାରୀ ବିଦ୍ୟାଳୟ : ବେଶ ଉତ୍ସାହର ସହିତ ବିଦ୍ୟାଳୟକୁ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ …
ଓଡ଼ଗାଁ : 15/11/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଓଡ଼ିଶାରେ ଆଜି ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀରେ କ୍ଲାସ୍ରୁମ୍ ପାଠପଢ଼ା । ସକାଳ ସାଢେ ୯ଟାରେ ପାଠପଢା ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି। ଛାତ୍ରଛାତ୍ରୀ ଯେଭଳି କରୋନା ସଂକ୍ରମଣ ନହୁଅନ୍ତି, ସେନେଇ ସତର୍କତାମୂଳକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। କରୋନା କଟକଣା ନିୟମ ମଧ୍ୟ କଡାକଡି ପାଳନ କରିଛନ୍ତି। ସ୍କୁଲ୍ରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି।
ଓଡଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଜକୁ ଦେଢ଼ବର୍ଷ ହେଲା କରୋନା କଟକଣା ଯୋଗୁଁ ବନ୍ଧଥିଲା | ଷଷ୍ଠ ଏବଂ ସପ୍ତମଶ୍ରେଣୀ ଆଜି ଖୋଲିଥିଲା | ପ୍ରତ୍ୟେକ ପିଲାଙ୍କୁ ସାନିଟାଇଜର କରି ଶ୍ରେଣୀ ଭିତରକୁ ଛଡାଯାଇଛି ଏବଂ ପିଲାଙ୍କୁ ମାକ୍ସ ବଣ୍ଟନକରି ଥର୍ମୋମିଟର ଚେକଅପ କରି ଶାରୀରିକ ଦୁରତାରେ ପାଠ ପଢିବାକୁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଛନ୍ତି | ସେ କହିଛନ୍ତି ପ୍ରତ୍ୟେକ ଦିନ ଏହିପରି ବ୍ୟବସ୍ଥା କରାଯାଇ ପିଲାମାନଙ୍କୁ ପାଠପଢାଯିବ |
କୋଭିଡ୍ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଯଦିଓ ଅନ୍ଲାଇନ୍ରେ କ୍ଲାସ୍ ଚାଲିଥିଲା, ହେଲେ ଏହା ସେତେଟା ପ୍ରଭାବୀ ହୋଇପାରିନଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି। ବର୍ତ୍ତମାନ ସ୍କୁଲରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପାଠପଢ଼ା ଚାଲିଛି। ପ୍ରତିଦିନ ସ୍କୁଲ କ୍ୟାମ୍ପସ୍କୁ ସାନିଟାଇଜ୍ କରାଯାଉଛି।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …