NK NEWS ODISHA

News agency Odisha

ଗଣିଆରେ ଅନୁଷ୍ଠିତ ହେଲା ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ’ ଆନୁକୁଲ୍ୟରେ ରକ୍ତଦାନ ଶିବିର ।

A voluntary blood donation camp was held in Gania in favor of Odisha Mo Paribar-Jeevanbindu.
Spread the love

ଗଣିଆରେ ଅନୁଷ୍ଠିତ ହେଲା ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ’ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ।

ଗଣିଆ : 10/11/2021(ରିପୋର୍ଟ ମାନସ ରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଛି ।ଏହି ରକ୍ତଦାନ ଶିବିର ଅଭିଯାନରେ ସମସ୍ତେ ସାମିଲ ହୋଇ ରକ୍ତ ଦେବାପାଇଁ ସଚେତନ ଜାରି ରହିଥିବାବେଳେ ରକ୍ତ ସଂଗ୍ରହ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଆଡକଟା ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ନୟାଗଡ଼ ଜିଲା ବିଜୁଜନତା ଦଳର ଜିଲ୍ଲା ସଭାପତି ତଥା ଦଶପଲ୍ଲାର ଯୁବ ଲୋକପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଓଡିଶା ମୋ ପରିବାର ଜୀବନବିନ୍ଦୁର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ ଶୁଭଉଦ୍ଘାଟନ କରିଏହି ଅଭିଯାନର ଶୁଭାରମ୍ଭ କରିଥିଲେ ।

ସଂମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧକ୍ଷ ଶେଷଦେଵ ସ୍ୱାଇଁ ,କନ୍ଧମାଳ ସଂସାଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା , ଦଶପଲ୍ଲା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଉପେନ୍ଦ୍ରନାଥ ସାହୁ , କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ବଳରାମ ମହାନ୍ତି ,ବନମାଳୀ ବାରିକି ଆଞ୍ଚଳିକ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପଣ୍ଡା, ,ଆଡକଟା ସରପଞ୍ଚ ବୀରକିଶୋର ଜେନା ଓ ସମିତିସଭ୍ୟ ଚନ୍ଦ୍ର ଶେଖର ସାହୁ ,ଗଣିଆ ବ୍ଲକ ଯୁବଜନତା ଦଳର ସଭାପତି ଦେବାନନ୍ଦ ମିଶ୍ର ,ଗଣିଆ ବ୍ଲକର ପରିବେଶବିତ ବାମନ ଚରଣ ବାରିକି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ରକତରେ ନାହିଁ ଜାତି ଅଜାତି ରକ୍ତ ଦାନ ପାଇଁ ରଖିବା ପ୍ରୀତିବୋଲି ବ୍ଲକ ଅଧକ୍ଷ ମତବ୍ୟକ୍ତ କରିଥିଲେ ।

ରକ୍ତଦାନର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତ ଦାନର ଆବଶ୍ୟକତା ଓ ଉପକାରିତା ବିଷୟରେ ସଚେତନତା ସହ ରକ୍ତ ଦାତାଙ୍କୁ ପ୍ରୋତ୍ସାହିତ ସୃଷ୍ଟି କରିବା ପାଇଁ କନ୍ଧମାଳ ସାଂସଦଙ୍କ ଜିଲା ପ୍ରତିନିଧି ସଦାଶିବ ମିଶ୍ର ମତବ୍ୟକ୍ତ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଶ୍ୱ ସାର୍ବଜନିନ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ରକ୍ତଦାନ ସ୍ୱତନ୍ତ୍ର ।

ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ରକ୍ତର ଆବଶ୍ୟକତା ରହିଛି ଯାହାକି ଏହି ରକ୍ତ ଅଭାବରେ କୌଣସି ଅସ୍ତ୍ରୋପଚାର ହୋଇପାରିବ ନାହିଁ । ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହେଉଛି l ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀରର ରକ୍ତର କୌଣସି ବିକଳ୍ପନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି ବୋଲି ବିଧାୟକ ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିଥିଲେ ।

ଏହି ଉଦ୍ଦେଶ୍ୟରେ ସବୁ ଜାଗାରେ ନୂତନ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ରକ୍ତ ଦାନ ପାଇଁ ଲୋକଙ୍କୁ ଓ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଜୁଜନତା ଦଳର ବହୁ ଯୁବକ ଓ ଛାତ୍ରଛାତ୍ରୀଙ୍କ ସମେତ ବନମାଳୀ ବାରିକି ମହାବିଦ୍ୟଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକ ଯୋଗଦେଇ ଏହି କାଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

%d