NK NEWS ODISHA

News agency Odisha

ଓଡଗାଁରେ ତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ |

A three-day teacher training camp is being held in Odgaon
Spread the love

ଓଡଗାଁରେ ତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ |

ଓଡ଼ଗାଁ: 09/10/2021(ରିପୋର୍ଟ : ସନାତନ ମହାକୁଡ଼ /ରବିନ୍ଦ୍ର କୁମାର ସାହୁ): ଆଜି ଓଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନିଦିନ ଧରି ଚାଲୁରହିଥିବା ଏକ ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଛି। ଗତ 5 ତାରିଖ ଠାରୁ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ସମେତ ଶରଣକୁଳ,ନନ୍ଦିଘୋର,ଗୌଡ଼ପୁଟ,ମଶାବାରୀ,କୋମଣ୍ଡ,କୁରାଳ,ବାଉଁଶଗାଡ଼ିଆ ଓ ସୁନାମୁହିଁ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ପ୍ରଧାନଶିକ୍ଷକଙ୍କ ସହ ଜଣେ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ମିଶାଇ ପ୍ରାୟ 180 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ |

ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର, ଜିଲ୍ଲା ସାଧନକର୍ମୀ ମନୋଜ କୁମାର ନାୟକ, ବୁଦ୍ଧିଆ ପାତ୍ର ଓ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏ ଅବସରରେ ଜାତୀୟ ଶିକ୍ଷାନୀତି ଆଧାରରେ 2025 ମସିହା ସୁଦ୍ଧା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ତୄଣମୂଳ ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୄତୀୟ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କର ଭାଷା ଏବଂ ଗଣିତର ସର୍ବନିମ୍ନ ଦକ୍ଷତା ହାସଲ କ୍ଷେତ୍ରରେ ତଥା ଜାତୀୟ ଉପଲବ୍ଧି ସର୍ବେକ୍ଷଣ କାର୍ଯ୍ୟକ୍ରମରେ କିପରି ସଫଳତା ହାସଲ କରିହେବ ତାହା ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଏବିଇଓ ଭାଗ୍ୟଲତା ଦାଶ ସୂଚନାଦେଇଛନ୍ତି | ସହ ବିଇଓ ଗୀତାଞ୍ଜଳି ସାହୁ ଏହି ତାଲିମ ଶିବିରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଖୁବ୍ ଗୁରୁତ୍ୱ ବହନ କରେ ବୋଲି ପ୍ରକାଶ କରିଛନ୍ତି।

ସିଆରସିସି ଚିତ୍ତରଞ୍ଜନ ମିଶ୍ର, ତ୍ରିଲୋଚନ ସାମନ୍ତରା,ଚିତ୍ତ ମିଶ୍ର ଉକ୍ତ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ସିଆରସିସି ସୁଶେନ୍ଦୁ କୁମାର ଷଡ଼ଙ୍ଗୀ ସମସ୍ତ ତିନିଦିନିଆ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

%d