ସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ| - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ|

A teacher training camp is being held in Solpata
Spread the love
ADVERTISEMENT
ADVERTISEMENT

ସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ|

ଶରଣକୁଳ: 07/10/2021(ରିପୋର୍ଟ : ସନାତନ ମହାକୁଡ଼): ଆଜି ଶରଣକୁଳ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ପରିସରରେ ଗତ 5ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଛନ୍ତି | ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଭାଗ୍ୟଲତା ଦାଶ ଯୋଗଦେଇ ପ୍ରଥମଶ୍ରେଣୀରୁ ତୄତୀୟ ଶ୍ରେଣୀ ମଧ୍ୟରେ ପିଲାମାନଙ୍କର ତୄଣମୂଳ ସ୍ତରରେ ସର୍ବନିମ୍ନ ଭାଷାଜ୍ଞାନ ଓ ଗଣିତଜ୍ଞାନକୁ କିପରି ସୁଦୄଢ଼ କରାଯାଇପାରିବ, ତାହା ହିଁ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।

ADVERTISEMENT

ଏ ଅବସରରେ ରାଜ୍ୟ ସାଧନକର୍ମୀ ନୀଳମାଧବ ମହାରଣା, ଜିଲ୍ଲା ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକ, ରଘୁନାଥ ଦାଶ,ତ୍ରିନାଥ ପ୍ରଧାନ ଯୋଗଦେଇ ଗୋଡିପଡା,ବଡ଼କୁଟୁଣି,ଭାଲିଆଡିହି,ଆଙ୍ଗିସିଙ୍ଗି,କଲ୍ୟାଣପୁର ଓ ସାଲପଟା କ୍ଲଷ୍ଟରର ପ୍ରାୟ ୧୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଆଧାରରେ ଆସନ୍ତା ୨୦୨୫ ମସିହା ସୁଦ୍ଧା ସମସ୍ତ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ଭାଷା ଓ ଗଣିତ ଶିକ୍ଷଣ ତଥା ଏହାର ପ୍ରୟୋଗ ପାଇଁ ଦକ୍ଷ କରିବାକୁ ହେଲେ ଏବଂ ଜାତୀୟ ଉପଲବ୍ଧି ସର୍ବେକ୍ଷଣରେ ସଫଳତା ହାସଲ କରିବାକୁ ହେଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚେଷ୍ଟିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଉକ୍ତ ଶିକ୍ଷକ ତାଲିମ ଶିବିରକୁ ସିଆରସିସି ଦେବାଶିଷ ଦାଶ,ରବୀନ୍ଦ୍ର କୁମାର ଘଡେଇ ଓ ଟୁକୁନା ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: