ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହେଲା ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି |
ନୂଆଗାଁ : 18/08/2021(ରିପୋର୍ଟ : ନିରଞ୍ଜନ ସାହୁ ): ପ୍ରତ୍ୟେକ ବିକାଶରେ କୌଣସି ମହାପୁରୁଷଙ୍କର ପ୍ରଚ୍ଛନ୍ନ ହାତ ରହିଥାଏ | ଗ୍ରାମମାନଙ୍କରେ ଗଢି ଉଠିଥିବା ମନ୍ଦିର, ପୋଖରୀ ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସେହି ଅଞ୍ଚଳର କୌଣସି ବଦାନ୍ୟ ବ୍ୟକ୍ତିଙ୍କର ସହଯୋଗ ରହିଛି | ଏମିତି ଜଣେ ମହାନ ବ୍ୟକ୍ତି ଅନେକ ବିକାଶମୂଳକ କାର୍ଯ୍ୟ କରିବା ସହିତ ନିଜ ଗ୍ରାମରେ ଶିକ୍ଷାର ଉନ୍ନତି ପାଇଁ ପ୍ରତିଷ୍ଠା କରିଛନ୍ତି ଏକ ବିଦ୍ୟାଳୟ | ଯାହାକୁ ମଣିଷ ତିଆରି କାରଖାନା ମଧ୍ୟ କୁହାଯାଏ | 1910ମସିହାରେ ଗଢି ଉଠିଥବା ସେହି ବିଦ୍ୟାଳୟରୁ ଅନେକ ଶିକ୍ଷାର୍ଥୀ ସମାଜରେ ବିଭିନ୍ନ ଉଚ୍ଚ ପଦବୀରେ ରହି ସମାଜ ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି | ବିଳମ୍ବରେ ହେଲେବି ଆଜି ସେହି ମହାପୁରୁଷଙ୍କୁ ମନେ ପକେଇ ଛନ୍ତି ଗ୍ରାମବାସୀ । ଫଳରେ ବିଦ୍ୟାଳୟ ପରିସରରେ ଗ୍ରାମବାସୀମାନେ ପ୍ରତିଷ୍ଠା କରିଛନ୍ତି ସ୍ବର୍ଗତ ଦୁର୍ଗାମାଧବ ମର୍ଦ୍ଦରାଜ ଭ୍ରମରବର ଦେଓଙ୍କ ପ୍ରତିମୂର୍ତ୍ତି |
ଖବରରୁ ପ୍ରକାଶ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର ସ୍ୱର୍ଗତ ଦୁର୍ଗା ମାଧବ ମର୍ଦ୍ଦରାଜ ଭବର ବର ଦେଓ (୧୯୧୦) ମସିହାରେ ଦୁର୍ଗାମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେରୁଆଁବାରୀ ନାମରେ ନାମିତ କରିଥିଲେ । ଆଜି ସେ ମହାପୁରୁଷଙ୍କ ନାମାନୁସାରେ ଏହି ବିଦ୍ୟାଳୟରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ନମିତା ପ୍ରଧାନ ଯୋଗଦେଇ କାର୍ଯ୍ୟ କ୍ରମକୁ ଆଗେଇ ନେଇଥିବା ସହ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ । ଏଥିରେ ବିଦ୍ୟାଳୟ ସଭାପତି ଭବାନୀ ପ୍ରସାଦ ଦେଓ , ପ୍ରଧାନ ଶିକ୍ଷକ ଭିକ୍ଷାକାରି ସେଠୀ , ନାଏବ ସରପଂଚ ସୁସାନ୍ତ କୁମାର ନାୟକଙ୍କ ସହ ବିଦ୍ୟାଳୟ କମିଟି ଓ ଅଂଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଉପସ୍ଥିତ ରହି ପ୍ରତିମୂର୍ତ୍ତି ଉନ୍ମୋଚିତ କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …