ସମାଜସେବୀ ପଦ୍ମଚରଣ ମିଶ୍ରଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ |
ଦଶପଲ୍ଲା : 22/10/2021(ବ୍ୟୁରୋ): ଦଶପଲ୍ଲାର ଅନ୍ୟତମ ବରପୁତ୍ର,ସମାଜସେବୀ ପଦ୍ମଚରଣ ମିଶ୍ରଙ୍କର ଚତୁର୍ଦଶାହ ଦିବସ ଅବସରରେ 22 ତାରିଖ ସଂଧ୍ୟାରେ ଦଶପଲ୍ଲା ମହାବୀର ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ଵର୍ଗତ ମିଶ୍ରଙ୍କର କନ୍ୟା ଅଧ୍ୟାପିକା ସାଗରିକା ପଣ୍ଡା, ବିଶିଷ୍ଠ କବି ତଥା ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଦାଶ୍ ,ବିପିନ୍ ବିହାରୀ ପଟ୍ଟନାୟକ ମଂଚାସୀନ ହୋଇ ସ୍ବର୍ଗତ ମିଶ୍ରଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ |
ସ୍ବର୍ଗତ ମିଶ୍ର ଦଶପଲ୍ଲା ପାଇଁ କରିଥିବା ମହତ୍ କାର୍ଯ୍ୟ ଯଥା ନାରୀଶିକ୍ଷାର ଉନ୍ନତି, କୁଆଁରିଆ ନଦୀବନ୍ଧ ପାଇଁ ପ୍ରୟାସ ଏବଂ ଦଶପଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ଅଦମ୍ୟ ପ୍ରଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ ।
ଏହି ସ୍ମୃତି ଚାରଣ ସଭାରେ ଦଶପଲ୍ଲା ବହୁ ବିଶିଷ୍ଠ ବ୍ୟକ୍ତି ସର୍ବଶ୍ରୀ ରବିନାରାୟଣ ସେଠୀ,ଅଲେଖ ସାହୁ, ପ୍ରଶନ୍ନ ପଣ୍ଡା,ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ ସ୍ବର୍ଗତ ମିଶ୍ରଙ୍କର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଠ ଉପନ୍ୟାସିକ ତଥା କବି ହାଡିବଂଧୁ ମହାଖୁଡ ସଂଯୋଜନା କରିଥିଲେ ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …