NK NEWS ODISHA

News agency Odisha

ଟାକରାରେ ଅନୁଷ୍ଠିତ ହେଲା ସ୍ବାସ୍ଥ୍ୟ ସଚେତନତା ଶିବିର

A health awareness camp was held in Takara
Spread the love

ଟାକରାରେ ଅନୁଷ୍ଠିତ ହେଲା ସ୍ବାସ୍ଥ୍ୟ ସଚେତନତା ଶିବିର

ଦଶପଲ୍ଲା : 11/11/2021(ରିପୋର୍ଟ :ରତ୍ନାକର ହୋତା): ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ହାଇସ୍କୁଲ୍‌ଠାରେ ଜେଡ୍ଏଚ୍ଏଲ୍ ବା ଜିକିତ୍ସା ହେଲୁ କେୟାର୍ ଲିମିଟେଡ୍ ପକ୍ଷରୁ ସ୍ବାସ୍ଥ୍ୟ ସମ୍ପର୍କିତ ଏକ ସଚେତନତାଶିବିର ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାଜନୀତ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା କରାଯାଇଥିଲା ।

ବିଭିନ୍ନ ଦୁର୍ଘଟଣାରୁ ନିଜକୁ ସୁରକ୍ଷା କରିବା ସହ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇବା , ୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଠିକ୍ ସମୟରେ କିଭଳି ପହଞ୍ଚାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା | କ୍ଲଷ୍ଟର୍ ଲିଡର୍ ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଡ୍ରାଇଭର୍ ଚିତ୍ତରଂଜନ ଦାସ ଏବଂ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ |

%d