ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ ,ପ୍ରତିଶୃତି ପରେ ହଟିଲା ରାସ୍ତାରୋକ । - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ ,ପ୍ରତିଶୃତି ପରେ ହଟିଲା ରାସ୍ତାରୋକ ।

A college student was abducted by gunmen and was dropped off by unknown individuals.
Spread the love
ADVERTISEMENT
ADVERTISEMENT

ଅପହରଣକାରୀଙ୍କ କବଳରେ କଲେଜ ଛାତ୍ରୀ ,ପ୍ରତିଶୃତି ପରେ ହଟିଲା ରାସ୍ତାରୋକ ।

ଗଣିଆ: 01/12/2021(ରିପୋର୍ଟ: ମାନସ ରଞ୍ଜନ ଦାସ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ କଲେଜ ଛତ୍ରୀକୁ ଅପହରଣ କରାଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଗଣିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଆଜି ପୂର୍ବାହ୍ନ ୧୦.୨୦ ମିନିଟରେ ଝିଅ ଘରୁ କଲେଜ ଯିବା ବାଟରେ କଲେଜ ସାମ୍ନାରୁ ଏକ ନମ୍ବର ବିହୀନ କାରରେ ୪ଜଣ ଦୁର୍ବୁତ୍ତ ଅପହରଣ କରିନେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା (ନଂ. ୮୧/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଅଜଣା କାରକୁ ପିଛାକାରୀ ଗଣିଆ ଠାରୁ ନାଦିରିଗୋଛା ଦେଇ ଦଶପଲ୍ଲା ପଯ୍ୟନ୍ତ ପିଛା କରିଥିଲେ ।

ADVERTISEMENT

ହେଲେ ଅପହରଣକାରୀଙ୍କର କୋୖଣସି ସନ୍ଧାନ ପାଇପାରିନଥିଲେ। ଏହାକୁ ନେଇ କଲେଜର ଛାତ୍ରଛାତ୍ରୀ ମାନେ ଗଣିଆ ଦଶପଲ୍ଲା ରାଜପଥକୁ ୪ଘଣ୍ଟା ଧରି ଅବରୋଧ କରିଥିଲେ । ରାସ୍ତାରେ ଟାୟାର ଜାଳି ହରତାଳ କରି ସ୍ଲୋଗାନ ଦେଇଥିଲେ ।ଫଳରେ ଶହଶହ ଗାଡି ମୋଟର ସାଇକେଲ ଅଟକି ରହିଥିଲା ।ଘଟଣାସ୍ଥଳରେ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା ଓ ଗଣିଆଥାନା ଆଇ ଆଇସି ବିମଳ କୁମାର ମଲ୍ଲିକ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ ।ଛାତ୍ର ଛାତ୍ରୀ ମାନେ ଝିଅକୁ ଆଣିବା ପାଇଁ ଜିଦ ଧରି ବସିଥିଲେ ।ପରେ ଛାତ୍ର ଛାତ୍ରୀ ମାନଙ୍କର ଦୁଇଟି ସର୍ତ୍ତରେ ରାଜି ହେଲା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରଥମ ଦାବି ଝିଅକୁ ୨୪ଘଣ୍ଟା ଭିତରେ ହାଜର କରିବା ଓ କଲେଜର ଉଭୟ ପାର୍ଶ୍ଵରେ ପୋଲିସ ତରଫରୁ ଦୁଇଜଣ କର୍ମଚାରୀଙ୍କୁ ସଜାଗ ରହି କାଯ୍ୟ କରିବା ସହିତ କଲେଜର ସମ୍ମୁଖରେ ସିସିଟିଭି ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦିଆଯାଇଥିଲା। ଗଣିଆ କଲେଜରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଅଭିବାବକ ଓ ଛାତ୍ରୀମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଅପହରଣକାରୀ ଓ ଛାତ୍ରୀଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଗଣିଆଥାନା ଆଇଆଇସି ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: