NK NEWS ODISHA

News agency Odisha

ଘାଟନିର୍ମାଣ ସେଵାସଙ୍ଘର ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ l

Spread the love

ଘାଟନିର୍ମାଣ ସେଵାସଙ୍ଘର ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ l


ରଣପୁର : (ରିପୋର୍ଟ :ରଞ୍ଜିତ କୁମାର ପ୍ରଧାନ): ପରିବେଶ କୁ ସବୁଜ ସୁନ୍ଦର ଏବଂ ଅମ୍ଳଜାନର ଅଭାବ କୁ ଆଖି ଆଗରେ ରଖି ପତିବର୍ଷ ବନମୋହୋତ୍ସବ ପାଳିତ ହୁଏ l ଏହି ପରିପେକ୍ଷରେ ଆଜି ନୟାଗଡ ଜ଼ିଲ୍ଲା ରଣପୁରରେ ଘାଟନିର୍ମାଣ ସେବାସଂଘର ଆନୁକୂଲ୍ୟରେ ବନମୋହୋତ୍ସବ ପାଳିତ ହୋଇଯାଇଛି l

ରଣପୁର ଘାଟନିର୍ମାଣ ସେବାସଂଘର ସଭାପତି କୈଳାଶ ରଥଙ୍କ ନେତୃତ୍ୱରେ ରଣପୁରର ମା ମଣିନାଗ ପିଠରେ ଶତାଧିକ ବୃକ୍ଷରୋପଣ କରାଯାଇଛି l ଏବଂ ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତାର ମହତ୍ୱ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ସଚେତନତା ସଭା କରାଯାଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବନାଞ୍ଚଳ ଅଧିକାରୀ ଶରତ ଶତପଥି ଓ ସମ୍ନାନୀତ ଅତିଥି ଭାବେ ପରିବେଷବିତ୍ତ ବିଜୟ କୁମାର ମହାପାତ୍ର ଯୋଗଦେଇଥିଲେ ଏବଂ ଘାଟନିର୍ମାଣ ସେବାସଂଘ ର ସମସ୍ତ ସଦସ୍ୟ ଉପସ୍ଥିତରହି କାର୍ଯ୍ୟକ୍ରମକୁ ସୁଚାରରୂପେ ପାଳନ କରିଥିଲେ l ଘାଟନିର୍ମାଣ ସେବା ସଂଘର ଏଭଳି ପ୍ରୟାସକୁ ସାରା ଅଂଚଳରେ ପ୍ରଶଂସା କରାଯାଇଛି l

%d