ନୟାଗଡ ଜିଲ୍ଲାରେ ପ୍ରତିଷ୍ଠା ହେବ 5ଟି ଇନଡୋର ଷ୍ଟାଡିୟମ: ଦଶପଲ୍ଲା ରେ ଅନୁଷ୍ଠିତ ହେଲା ଧନ୍ୟବାଦ ସଭା |
ଦଶପଲ୍ଲା : 10/08/2021(ନିୟୁଜ ହେଡ଼): ନୟାଗଡ ଜିଲ୍ଲାରେ ନିର୍ମାଣ ହେବ 5ଟି ମଲ୍ଟି ଇଣ୍ଡୋର ଷ୍ଟାଡିୟମ | ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ କ୍ୟାବିନେଟ ତରଫରୁ ମୋଟ 89 ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଦଶପଲ୍ଲା, ରଣପୁର ,ଖଣ୍ଡପଡ଼ା, ଓଡ଼ଗାଁ ସମେତ ନୟାଗଡ଼ ପୈାରାଞ୍ଚଳ କୁ ମିଶାଇ 5ଟି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଛି । ଜିଲ୍ଲା ରେ ପାଞ୍ଚଟି ଷ୍ଟାଡିୟମ ନିର୍ମାଣ କରାଯିବା ଘୋଷଣା ପରେ କ୍ରୀଡ଼ା ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ଉଦ୍ଦେଶ୍ୟରେ ଆଜି ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ସଂଯୁକ୍ତା ଦାସଗୁପ୍ତା,ଦିଲ୍ଲିପ ପଣ୍ଡା,ସଜ୍ଜନ କୁମାର ରାୟ,ବ୍ଲକ୍ ଚେୟାରମ୍ୟାନ୍ ସୁନନ୍ଦା ସାହୁ ତଥା ବହୁ କ୍ରୀଡାପ୍ରେମୀ ଏବଂ ଜନସାଧାରଣ ଏକ ଶୋଭାଯାତ୍ରାରେ ମହାବୀର ମନ୍ଦିର ନିକଟରୁ ବାହାରି ମେଡିକାଲ ଛକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ମାଲ୍ୟାର୍ପଣ କରିବାପରେ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଦଶପଲ୍ଲାରେ ଇନଡୋର ଷ୍ଟାଡିୟମ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ | ଦଶପଲ୍ଲା ଅଂଚଳରେ ଥିବା ପ୍ରତିଭାବାନ କ୍ରୀଡ଼ାବିତ ସେମାନଙ୍କର ପ୍ରତିଭା ବିକାଶ ନିମନ୍ତେ ଭରପୁର ସୁଯୋଗ ପାଇପାରିବେ ଏବଂ ଦଶପଲ୍ଲାର ନାମ ଉଚ୍ଚ କରିବାପାଇଁ ଅନେକ କ୍ରୀଡାବିତ୍ ସୃଷ୍ଟିହେଵେ ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …