ଖୋର୍ଦ୍ଧା (୨୨/୧୨):ରିପୋର୍ଟ :ସନାତନ ମହାକୁଡ଼ । ବୋଲଗଡ଼ ବ୍ଲକ ପିଚୁକୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଶ୍ରୀ ଶ୍ରୀ ମା' ସାରଦା ଦେବୀଙ୍କ ୧୭୨ତମ ଜନ୍ମ ଜୟନ୍ତୀ ଉତ୍ସବ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜପ ଧ୍ୟାନ ପରେ ବ୍ରହ୍ମଚାରୀ ରମେଶ ମାଆଙ୍କର ୧୦୮ ନାମକୁ ସମବେତ ଭାବେ ଉଚ୍ଚାରଣ କରାଇଥିଲେ।
ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିବା ସହ ମା'ସାରଦା ଦେବୀଙ୍କ ଜୀବନାଦର୍ଶ ଉପରେ ସ୍ୱରଚିତ କବିତା ଗାନ କରିଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱାମୀ ଭାଗବତାନନ୍ଦ ମହାରାଜ ମା' ସାରଦାଙ୍କ ଉପଦେଶକୁ ଅନୁସରଣ କରି ଅନ୍ୟର ଦୋଷ ନଦେଖି ନିଜ ଦୋଷ ଦେଖିବା ସହିତ ଜଗତକୁ ଆପଣାର ଭାବି ପାରିଲେ ଆମେ ଶାନ୍ତି ପାଇପାରିବା ବୋଲି ଆଲୋଚନା କରିଥିଲେ। ଆଚାର୍ଯା ନଳିନୀ ଅପା ସାଧାରଣ ଜୀବନ ଯାତ୍ରା ମଧ୍ୟରେ ମା' କିପରି ସାଧନାମୟ ପବିତ୍ର ଜୀବନ ଯାପନ କରି ନାରୀ ସମାଜକୁ ଆଦର୍ଶ ଦେଖାଇ ଯାଇଛନ୍ତି, ସେ ସମ୍ବନ୍ଧରେ ଆଲୋଚନା ରଖିଥିଲେ। ମନୋଜ କୁମାର ଗୁମାନସିଂହ, ନାରାୟଣ ସାମନ୍ତରାୟ ଭକ୍ତି ସଂଗୀତ ପରିବେଷଣ କରିଥିଲେ।
ଦିଲ୍ଲୀପ କୁମାର ପଣ୍ଡା ସାରଦା ଦେବୀଙ୍କ ସ୍ମୃତି କଥା ପୁସ୍ତକରୁ କିୟଦଂଶ ପାଠ କରିଥିଲେ। ଆଶ୍ରମର ସହସମ୍ପାଦକ ଅଧ୍ୟାପକ ସର୍ବେଶ୍ୱର ସାହୁ ଜାନୁଆରୀ ପହିଲାରେ ଆଶ୍ରମରେ ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ଅନୁଷ୍ଠିତ ହେବା ନିମନ୍ତେ ଘୋଷଣା କରିବା ପୂର୍ବକ ସମବେତ ଭକ୍ତ ତଥା ମାତୃ ମଣ୍ଡଳୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ସମ୍ପାଦକ ଗୋଲକ ସାହୁ, ଉପସଭାପତି ରାଜକିଶୋର ଛୁଆଳସିଂହ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ନଳିନୀ ସାହୁ, ବାବାଜୀ ବେହେରା, ରବୀନ୍ଦ୍ର ଜେନା, କ୍ଷେତ୍ରମୋହନ ରଣା ଓ ବିମ୍ବାଧର ସାହୁ ଆଜିର ଉତ୍ସବକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ।