ଦଶପଲ୍ଲା: (ରିପୋର୍ଟ: ସୁବାଷ ଚନ୍ଦ୍ର ବାରିକ): ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ଯଖଣ୍ଡ ଏବଂ ବ୍ଲକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ରାଧାମୋହନ ଜୀଉ ଉଚ୍ଚବିଦ୍ୟାଳୟ, ସାତପାଟଣା, ଦଶପଲ୍ଲା ପରିସରରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଅଛି। ଦଶପଲ୍ଲା ବ୍ଳକ ଅଧିନସ୍ଥ ପ୍ରତେକ ବିଦ୍ୟାଳୟ ଦାୟିତ୍ଵରେ ଥିବା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ଦୂତ ବା ହେଲ୍ଥ ଅମ୍ବାସଡ଼ରମାନଂକୁ ନେଇ ଆୟୁଷ୍ମାନ ଭାରତ ମାଧ୍ୟ୍ୟମରେ, ସମସ୍ତ ବିଦ୍ୟାଳୟକୁ ଆସୁଥିବା ବିଦ୍ୟାର୍ଥୀ ମାନଙ୍କମଧ୍ୟରେ, ସମସ୍ତ ବିଦ୍ୟାଳୟ କୁ ଆସୁଥିବା ବିଦ୍ୟାଥ୍ୱୀ ମାନଂକ ମଧ୍ୟରେ, ସ୍ୱାସ୍ଥ୍ୟ ର ଆରୋଗ୍ୟ ଓ ପ୍ରଯତ୍ନ ନିମନ୍ତେ ବାରମ୍ବାର ଆଭାସ କରିବା, ପିଲାମାନଙ୍କ ଭିତରେ ସାପ୍ତାହିକ ଯୋଗଭ୍ୟାସ, ପରିଷ୍କାର ପରିଛନତା ରଖିବା ହାତଧୁଆ ପ୍ରଣାଳୀ, ଅମ୍ଲାନ ଅନେମିଆଁ ମୁକ୍ତ ଲକ୍ଷ ଅଭିଯାନ, ଶୀଘ୍ର ବିବାହ, ଅଳ୍ପବୟସରେ ଗର୍ଭ ଧାରଣ କରିବା, ହିଂସା, ମାଦକଦ୍ରବ୍ୟର ଅପ ବ୍ୟବହାର ଦ୍ୱାରା କ୍ଷତି, ପୋଷଣ, ଇତ୍ୟାଦି ସମ୍ପର୍କ ରେ ପୁନଃ ସଚେତନା କାଯ୍ୟକ୍ରମ କରାଯାଇଛି।
ବିଦ୍ୟାଳୟ ସ୍ତରରେ ଜାଗ୍ରତ ବାରମ୍ବାର କରାଇବା ନିମନ୍ତେ ଦିବସ ବ୍ୟାପି ମୋବାଇଲ ଆପ୍ଲିକେସନ ଜରିଆରେ ରିପୋର୍ଟିଂ କରିବା ସହିତ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଅଛି।
୧ମ ବ୍ୟାଚରେ ୪୦ଜଣ ବ୍ଲକ ସ୍ତରରେ ପ୍ରଶିକ୍ଷାର୍ଥୀ ଶିକ୍ଷକ ମାନଙ୍କୁ ଉକ୍ତ ତାଲିମ କାର୍ଯକ୍ରମ ସାମିଲ୍ କରା ଯାଇଥିଲା। ୨ୟ ଦିନରେ ୪୫ ଓ ୩ୟ ଦିନ ରେ ୩୮ ଜଣ, ସର୍ବମୋଟ ୧୨୩ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ରିସୋର୍ସ ପର୍ସନ ଭାବରେ ସୁଶାନ୍ତ କୁମାର ବେହେରା ( ଶିକ୍ଷା ବିଭାଗର ତରଫରୁ), ଡାକ୍ତର କାଳୀ ପ୍ରସାଦ ଷଡ଼ଙ୍ଗୀ ( ସ୍ୱାସ୍ଥ୍ୟ ବିଭାଗ ତରଫରୁ) ତାଲିମ କାର୍ଯକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
ଉକ୍ତ କାର୍ଯକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ସାହୁ କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ। ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧନଶିକ୍ଷକ ଦିଲୀପ କୁମାର ନାଏକ ଶିକ୍ଷା ଓ ସ୍ବାସ୍ଥ୍ୟ କିପରି ଅଙ୍ଗାଙ୍ଗୀ ଭାବେ ଜଡିତ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଶିକ୍ଷା ବିଭାଗ ତରଫରୁ ଏବିଇଓ ଶ୍ରୀ ଗୋପବନ୍ଧୁ ଦେହୁରୀ ଯୋଗଦାନ କରିଥିଲେ। ଉକ୍ତ ସମସ୍ତ କାର୍ଯକ୍ରମ କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ତୁଷାର ରଞ୍ଜନ ସାହୁ, ସୂଚାରୁ ରୂପେ ପରିଚାଳନା କରିଥିଲେ ଏବଂ ପଏଚ୍ଇଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର କବି ପରିଚାଳନା ରେ ସହାୟତା କରିଥିଲେ।