ସୌଦାମିନୀ ଡ଼ିସେମ୍ବର ବିଶେଷାଙ୍କ ,୨୦୨୩ , ମାସିକ ପତ୍ରିକା




ସୌଦାମିନୀ (ଓଡ଼ିଆ ହୃଦୟ ) ଏକ ପତ୍ରିକା କହିଲେ କେଵଳ ହବନି ଏହା ସାହିତ୍ୟ ଜାଗରଣ, ଯାହାକୁ ନେଇ ଆଜିର ଯୁବ   ପିଢି ହୁଅନ୍ତୁ ଅବା ନିଜ ସାହିତ୍ୟ କଳାକୁ ଚାପି ରଖିଥିବା ବୟସ୍କ ଗୋଷ୍ଠୀ ହୁଅନ୍ତୁ, ସମସ୍ତଙ୍କ ମନରେ ପୁଣି ସେ ଇଚ୍ଛାକୁ ଜାଗ୍ରତ କରିବା ପାଇଁ ଛୋଟ ପ୍ରୟାସଟିଏ| ବୟସର ପରିପୂର୍ଣ୍ଣତା ଓ ଅଭିଜ୍ଞତାର ପାହାଚ ଅଳ୍ପ ପରିମାଣ ହେଲେ ବି ସାହିତ୍ୟ ପ୍ରତି ଉନ୍ମାଦନା ପ୍ରବଳ| କାହଁକି କେଜାଣି ବିଜ୍ଞାନବିଭାଗ ଓ ଯୁଗର ଛାତ୍ର ହୋଇ ସାହିତ୍ୟ ପ୍ରତି ଏତେ ଲାଳସା! କାହାଣୀକୁ ରୂପ ରଙ୍ଗ ଦେଇ ସଜେଇ ତାକୁ ଲୋକାଭିମୁଖୀ କରିବାକୁ ବହୁତ ଖୁସି ମିଳେ| ମା' ସରସ୍ବତୀଙ୍କ ଅଶେଷ କୃପା ହେତୁ କଲମ ଜୀବନ୍ୟାସ ଦେଇପାରିଛି ବହୁ ଗଳ୍ପ ଓ ଉପନ୍ୟାସ| ଆଜି ବହୁ ଜାଗାରେ ସାହିତ୍ୟକୁ ନେଇ ନିର୍ବାଚନ ଓ ରାଜନୀତି ପୂର୍ଣ୍ଣ କିନ୍ତୁ ସୌଦାମିନୀ ଏକ ମୁକ୍ତ ମଞ୍ଚ ଯାହା ଗାଳ୍ପିକ ଠାରୁ ଆରମ୍ଭ କରି କଥାକାର  ଓ କବି ସମସ୍ତଙ୍କୁ ସ୍ୱାଗତ ବିନା କୌଣସି ଦ୍ଵିଧା ଓ ବିନା ମୂଲ୍ୟରେ |ମୋ ହୃଦୟ କୁହେ ସାହିତ୍ୟର ମୂଲ୍ୟ ହିସାବ ହୋଇପାରେନି କଣ କେବଳ କିଛିଟା ମୁଦ୍ରାସ୍ପିତରେ ତା ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବ? କେଵେ ନୁହଁ| ଚାଲନ୍ତୁ ସମସ୍ତେ ଏପଥର ଯାତ୍ରୀ ହେବା ଏବଂ ଆଗକୁ ଆଗେଇ ନେବାକୁ ସମସ୍ତଙ୍କୁ ବିନମ୍ର ଅନୁରୋଧ| ସାହିତ୍ୟ ଆମର ଦିଗଦର୍ଶନ ହେଉ ଏବଂ ଆମ ପ୍ରତିଟି ଓଡ଼ିଆ ପ୍ରାଣରେ ସାହିତ୍ୟର ରକ୍ତ ପ୍ରଭାବିତ ହେଉ| ସମସ୍ତଙ୍କ ଶୁଭକାମନା କରୁଛି……… 

ବି.ଦ୍ର: ଏ ପତ୍ରିକାରେ ଲେଖା ଦେଉଥିବା ଲେଖକ ତଥା କବିଙ୍କର ନିଜସ୍ୱ ମତ ଓ ଦାବି ରହିଛି ,ଏଥିରେ ସୌଦାମିନୀ କର୍ମକର୍ତ୍ତାଙ୍କ କୌଣସି ହସ୍ତକ୍ଷେପ କରାଯାଏ ନାହିଁ| 



ଲେଖିକା, ପ୍ରତିଷ୍ଠାତ୍ରୀ -ସୋନାଲି ଗଡ଼ନାୟକ
E-mail-sonaligarnaik0@gmail.co
m.
DM-8847864282
ଯୋଗାଯୋଗ :
ସୋନାଲି ଗଡ଼ନାୟକ
ମାର୍ଫତ -ଜଗନ୍ନାଥ କଲୋନୀ, ଉତ୍ତର ବଲଣ୍ଡା, ଏଫ. ସି, ଆଇ, ଟାଉନସିପ, ତାଳଚେର, ଅନୁଗୁଳ
ପିନ: ୭୫୯୧୧୬
ଦୂରଭାଷ: +୯୧ ୮୮୪୭୮୬୪୨୮୨ 

Post a Comment

Please Select Embedded Mode To Show The Comment System.*

Previous Post Next Post