ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳରେ ୭୪ତମ ବନମହୋତ୍ସବ !

ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳରେ ୭୪ତମ ବନମହୋତ୍ସବ !


ଦଶପଲ୍ଲା : 07/07/203: ବନ ମହୋତ୍ସବ ସପ୍ତାହରେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ , ବୁଗୁଡା ବିଟ୍ ହାଉସ୍ ନିକଟ ସତ୍ୟ ମହାବୀର ମନ୍ଦିର  ପରିସରରେ ଆଜି ୭୪ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । 



ଏହି ଅବସରରେ , ସତ୍ୟ ମହାବୀର ମନ୍ଦିର  ପରିସରରେ ବର,ଓସ୍ତ, ପିଆଶାଳ, ନିମ୍ବ, ଅଁଳା, ଦେବଦାରୁ, କୃଷ୍ଣଚୁଡ଼ା, ଚନ୍ଦନ ଆଦି ୧୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ, ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ, ବନପାଳ ଦୀପ୍ତିରଂଜନ ନାୟକ, ବନରକ୍ଷୀ ପୁଷ୍ପଲତା ପ୍ରଧାନଙ୍କ ସମେତ ବନବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । 




ଏହି ଅବସରରେ ବନପାଳ ଶ୍ରୀ ଆଚାର୍ଯ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ବୃକ୍ଷର ଆବଶ୍ୟକତା, ବୃକ୍ଷର ଉପକାରୀତା ଓ ମାନବ ସମାଜ ପାଇଁ ବୃକ୍ଷ ଓ ଜଂଗଲର ଉପକାରୀତା ବିଷୟରେ ଆଲୋଚନା ବରିଥିଲେ । ଅବିଚାରିତ ଭାବରେ ବୃକ୍ଷ କାଟିବା ଯୋଗୁଁ,ବନ୍ୟପ୍ରାଣୀ ବାସହରା ହୋଇ ଜନବସତି ମୁହାଁ ହେବା ସହିତ,ଜୈବ ବିବିଧତା ନଷ୍ଟ , ଅନାବୃଷ୍ଟି, ଅତିବୃଷ୍ଟି, ମୃତ୍ତିକାରେ ଜଳଧାରଣ କ୍ଷମତା କମିଯିବା ସହିତ ମୃତ୍ତିକା କ୍ଷୟ, ଓଜନ୍ ସ୍ତରରେ ଫାଟଯୋଗୁଁ ଅତି ବାଇଗଣୀ ରଶ୍ମି ପ୍ରଭାବରେ ମାନବ ସମାଜ ଉପରେ ପଡୁଥିବା କୁପ୍ରଭାବ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ |

ଶେଷରେ ସେହି ଅଞ୍ଚଳର ଆଦର୍ଶ ଚାଷୀ ପ୍ରମୋଦ କୁମାର ଜାନୀଙ୍କୁ ବନପାଳ ଉପାୟନ ଦେଇ ସମ୍ମାନିତ କରିଥିଲେ ।

ନୟାଗଡ଼ ଜିଲ୍ଲାର ସବୁ ଖବର ଏଠାରେ ଦେଖନ୍ତୁ



Post a Comment

Please Select Embedded Mode To Show The Comment System.*

Previous Post Next Post