ମାଘ ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଶାନ୍ତି ହୋମଯଜ୍ଞ ଆୟୋଜିତ
ଭୁବନେଶ୍ୱର: (ରିପୋର୍ଟ: ସନାତନ ମହାକୁଡ଼): 5 ଫେବୃଆରୀ 2023 ମସିହା ମାଘ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ୍ ଭୁବନେଶ୍ୱର ଶାଖା ତରଫରୁ ଭୁବନେଶ୍ୱରର କେସୁରା ଠାରେ ଏକ "ବିଶ୍ୱ ଶାନ୍ତି ହୋମଯଜ୍ଞ" ଆୟୋଜନ ହୋଇଥିଲା।
ଏହା ଦିବା ୧୧ ଘଟିକା ସମୟରେ ବୈଦିକ ମନ୍ତ୍ର ଏବଂ ଭଜନ ଦ୍ୱାରା ଆରମ୍ଭ ହୋଇଥିଲା। ଗାୟତ୍ରୀ ପ୍ରଜ୍ଞା ପୀଠ, ପାଣ୍ଡରାର ସହଯୋଗ ଦ୍ୱାରା ସଫଳ ହୋଇଥିଲା। ଶ୍ରୀ ଦିବାକର ପାଣିଗ୍ରାହୀ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବୈଜୟନ୍ତି ପାଣିଗ୍ରାହୀ କର୍ତ୍ତା (ଯଜମାନ)ର ଭୂମିକା ନିର୍ବାହନ କରିଥିଲେ । ସ୍ଥାନୀୟ ଲୋକମାନେ ହୃଦୟ ସହିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଏବଂ ସହଯୋଗ କରିଥିଲେ | ଏହା ପୂର୍ବାହ୍ନ ୨ ଘଟିକା ସମୟରେ ପୂର୍ଣ୍ଣାହୁତି ଏବଂ ମହାପ୍ରସାଦ ସହିତ ସମାପ୍ତ ହୋଇଥିଲା |
ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ଦାସ (ସାଧାରଣ ସମ୍ପାଦକ), ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ(ଭାରତୀୟ ରେଳ ଅଧିକାରୀ), ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ ତପନ କୁମାର ସାହୂ, ଶ୍ରୀ ଦେବବ୍ରତ ମହାନ୍ତି, ହୀରଣ୍ମୟୀ ଦାସ ଏବଂ ପ୍ରିୟଦର୍ଶିନୀ ଦାଶ ସଞ୍ଚାଳନ କରିଥିଲେ।