କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା

କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା  

କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା


କୁଜାମେଣ୍ଢି ତା -09/12/2022 ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଓଡିଶା ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସ୍ତରୀୟ ବୃହତ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି  l ସ୍ଥାନୀୟ ଅଞ୍ଚଳର ତିନି ସହରୁ ଉର୍ଦ୍ଧ ଜଣ ପୁରୁଷ ମହିଳା ଓ ଶିଶୁ ରୋଗୀମାନେ ଏହି ସ୍ୱାସ୍ଥ୍ୟମେଳାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ନେଇଥିଲେ l ଏହି ସ୍ୱାସ୍ଥ୍ୟମେଳା କୁ ନଅ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ  l ସରକାରଙ୍କ ସ୍ୱାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ନିଜର ସ୍ୱାସ୍ଥ୍ୟ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସର୍ବଦା ଯତ୍ନବାନ ହେବାକୁ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ  l କୁଜାମେଣ୍ଢି ସରପଞ୍ଚ ସଂଗୀତା ପୃଷ୍ଟି ଜନସାଧାରଣ ଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହ ଏ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ  l ସ୍ୱାସ୍ଥ୍ୟମେଳାରେ ନାମ ପଞ୍ଜିକରଣ ସହିତ ଅଣସଂକ୍ରାମକ ରୋଗର ଚି଼ହ୍ନଟ ଓ ଚିକିତ୍ସା , ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ତଥା ମଦ୍ୟପାନ , ଧୁମପନ ଓ ତମାଖୁ ସେବନର ଅପକାରିତା, ଜାତୀୟ ସ୍ୱାସ୍ଥ୍ୟକ୍ରମରେ ଯକ୍ଷ୍ମା , କୁଷ୍ଠ , ମ୍ୟାଲେରିଆ , ଡେଙ୍ଗୁ , ବାର୍ଦ୍ଧକ୍ୟ ଜନିତ ରୋଗ ପାଇଁ ପରାମର୍ଶ ଓ ଯୌନରୋଗ ସମ୍ବଦ୍ଧିୟ ପରାମର୍ଶ ଓ ପରୀକ୍ଷା ଆଦି କରାଯାଇଥିଲା  l ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ରଞ୍ଜନ ମଲିକ ଫାର୍ମାସିଷ୍ଟ ସୌମ୍ୟ ରଞ୍ଜନ ଖୁଣ୍ଟିଆ , ସ୍ୱାସ୍ଥ୍ୟକର୍ମୀ ଶ୍ରୀଧର ମୁଦୁଲି , ସଞ୍ଜୟ ନାଏକ , ସରପଞ୍ଚ ସଂଗୀତା ପୃଷ୍ଟି , ନାଏବ ସରପଞ୍ଚ ନମିତା ମଳିକ , ସମିତିସଭ୍ୟା , ଶ୍ରଦ୍ଧାଞ୍ଜଳି ସାହୁ ସମସ୍ତ ୱାର୍ଡ଼ର ୱାର୍ଡ଼ମେମ୍ବର ଙ୍କ ସମେତ ଏଏନଏମ ରଶ୍ମିତା ବେହେରା ଏବଂ ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ l ଏଭଳି ସ୍ୱାସ୍ଥ୍ୟମେଳା ହେବାଦ୍ବାରା ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଦୂର ଦୁରାନ୍ତରୁ ଯିବାକୁ ପଡ଼ୁ ନ ଥିବାରୁ ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି l

Post a Comment

Please Select Embedded Mode To Show The Comment System.*

Previous Post Next Post