ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ରେ ଜନ ଅଭିଯୋଗ ଶୁଣାଣି
ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ସଭାଗୃହ ରେ କଟକ ଜିଲ୍ଲାପାଳଙ୍କ ଦ୍ୱାରା ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୋଟ 185ଟି ଅଭିଯୋଗ ଶୁଣାଣି କରିଛନ୍ତି | ଥାଲସେମିୟା ଓ କର୍କଟ ରୋଗରେ ପୀଡିତ ମୋଟ ଆଠ ଜଣ ହିତାଧିକାରୀଙ୍କୁ ତେଷଠି ହଜ଼ାର ଟଙ୍କା ପ୍ରଦାନ କରିବା ସହିତ ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ଦୁଇଟି ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ଅଧ୍ୟକ୍ଷା, ଉପାଧକ୍ଷ, ବିଡ଼ିଓ ଓ ଜିଲ୍ଲାର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ |