ହାଏ.... କିସ ପୁଣି ଦେଖା ନଯାଏ .....
ପାଠ ନୁହେଁ କାଠ ପାଇଁ , ମହାବିଦ୍ୟାଳୟ ରେ ତାଲା
◆ ଦଶପଲ୍ଲା କଲେଜ ରେ ଛାତ୍ର ଆନ୍ଦୋଳନ ୭ମ ଦିନରେ l
ନୟାଗଡ଼ ରୁ ନିଉଜ୍ ହେଡ଼୍ କଂ ରିପୋର୍ଟ : ପାଠ ନୁହେଁ କାଠ l ତାକୁ ନେଇ ଆନ୍ଦୋଳନ ପୁଣି ଛାତ୍ର ଆନ୍ଦୋଳନ l କାନକୁ ଅଡ଼ୁଆ ଲାଗୁଥିଲେ ହେଁ କଥାଟା ଶହେରୁ ଶହେ ସତ l ଦଶପଲ୍ଲା ର ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ୭ ଦିନରେ ପହଂଚିଛି l ମୁଖ୍ୟ ଫାଟକ ରେ ତାଲା ଝୁଲୁଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଝୁଲାଇ କିଛି ଛାତ୍ର ଆନ୍ଦୋଳନ ରେ ବସିଛନ୍ତି l ଫଳରେ ଶିକ୍ଷାନୁଷ୍ଠାନ ରେ ପାଠ ପଢା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି l ତେବେ ଆନ୍ଦୋଳନ ସ୍ଥଳରେ ଝୁଲୁଥିବା ବ୍ୟାନର ର ଭାଷା ପରିଭାଷା ବୁଝାଇ ଦେଉଚି ଯେ ଏହି ଛାତ୍ର ଆନ୍ଦୋଳନ ଶିକ୍ଷାଦାନ, ଶ୍ରେଣୀକକ୍ଷ, ଶିକ୍ଷକ ଅଭାବ,ପାଣି,ବିଜୁଳି କିମ୍ବା ସାଇକେଲ ଷ୍ଟାଣ୍ଡ ଭଲି ମୌଳିକ ଦାବୀ ପାଇଁ ନୁହେଁ l ବରଂ କଲେଜ ପରିସର ରୁ କିଛି ଗଛ କଟା ଓ ଏହାକୁ ଏକ ପ୍ରସଙ୍ଗ କରି ବର୍ତ୍ତମାନ ରୁ ଅଧ୍ୟକ୍ଷ ଙ୍କ ବଦଳି ଦାବୀରେ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରଛାତ୍ରୀ ।
ଅନୁସନ୍ଧାନ ରୁ ଜଣା ଯାଇଛି ଯେ ବର୍ତ୍ତମାନ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ କଲେଜ୍ ପରିସର ରେ ଥିବା କିଛି ଅନାବନା ଗଛ ସହିତ ଅପରିପକ୍ବ ଶାଗୁଆନ ଗଛ କୁ ବନଖଣ୍ଡ ଅଧିକାରୀ କଂ ଅନୁମତି କ୍ରମେ କାଟି ବନ ନିଗମ କୁ ହସ୍ତାନ୍ତର କରିଥିଲେ l ଏହି ଗଛକଟା କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହାକୁ ନେଇ କଲେଜ ରେ ଛାତ୍ର ଅଶାନ୍ତି ଦେଖା ଦେଇଥିବା ବେଳେ ଛାତ୍ର ମାନେ ମୂଖ୍ୟ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପରେ ପୋଲିସ ପହଞ୍ଚି ଛାତ୍ର - ଛାତ୍ରୀ ମାନଙ୍କୁ ବୁଝାଇ ଥିବା ବେଳେ ପୋଲିସ ଉପସ୍ଥିତ ରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଆନ୍ଦୋଳନରତ ଛାତ୍ର ମାନଙ୍କୁ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା। ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଥିଲେ।
ଏବେ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଗକୁ,ଏହି ମହା ବିଦ୍ୟାଳୟ ରେ ଜଣେ ଅଧ୍ୟାପକ ବ୍ଲକ ଗ୍ରାଣ୍ଟ ରେ ସାମିଲ ହେବା ପରେ କୌଣସି କାରଣ ରୁ କୋର୍ଟ ଙ୍କ ଆଦେଶ ମୁତାବକ ଦରମା ବନ୍ଦ ହୋଇଥିଲା । ମାତ୍ର ଅଧ୍ୟକ୍ଷ କଲେଜ ମ୍ୟାନେଜମେଣ୍ଟ ରୁ ସେହି ଅଧ୍ୟାପକ ଙ୍କୁ ଦରମା ବାବଦରେ ଲକ୍ଷାଧିକ ଅର୍ଥ ପ୍ରଦାନ କରିବା ପ୍ରତିବାଦରେ କାର୍ଯ୍ୟରତ କେତକ ଅଧ୍ୟାପକ, କର୍ମଚାରୀ ଆନ୍ଦୋଳନ କୁ ଓହ୍ଲାଇବା ନିଷ୍ପତି ନେଇଥିବା ଭିତିରି ସୂତ୍ରରୁ ଜଣା ପଡ଼ିଛି । ତେବେ ଆଗକୁ ଅଧ୍ୟକ୍ଷ ଙ୍କ ବିରୋଧରେ ଆନ୍ଦୋଳନ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।