ବିଭିନ୍ନ ଦାବି ନେଇ ଆଦିବାସୀ କୁଈ ଉନ୍ନୟନ ସଂଘର ଶୋଭାଯାତ୍ରା

ବିଭିନ୍ନ ଦାବି ନେଇ ଆଦିବାସୀ କୁଈ ଉନ୍ନୟନ ସଂଘର ଶୋଭାଯାତ୍ରା ।

ବିଭିନ୍ନ ଦାବି ନେଇ ଆଦିବାସୀ କୁଈ ଉନ୍ନୟନ ସଂଘର ଶୋଭାଯାତ୍ରା


ନୟାଗଡ଼ ରୁ ନିଉଜ୍ ହେଡ଼୍ କଂ ରିପୋର୍ଟ : -  

ବିଭିନ୍ନ ଦାବି ନେଇ ଶୁକ୍ରବାର ଦିନ ଆଦିବାସୀ କୁଇ ଉନ୍ନୟନ ସଂଘ ପକ୍ଷ ରୁ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀ ଓ ନୟାଗଡ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର କେ ଭେଙ୍କେଟେଶ୍ୱର୍ ରାଓ ଙ୍କୁ ପ୍ରଦାନ କରାଯାଇଛି । କୁଇ ଉନ୍ନୟନ ସଂଘ ସଭାପତି ନିତ୍ୟାନନ୍ଦ ପ୍ରଧାନ ଙ୍କ ନେତୃତ୍ୱରେ ୧୨ ଦଫା ଦାବି  ନେଇ କୁଇ ଉନ୍ନୟନ ସଂଘ ପକ୍ଷରୁ  ବହୁ ଆଦିବାସୀ ମହିଳା ଓ ପୁରୁଷ ସ୍ଥାନୀୟ ମିଳିଆ ତୋଟା ନିକଟ କୁଞ୍ଜ କୁଟିର ଠାରେ ଏକତ୍ରିତ ହୋଇଥିଲେ । ପରେ ସେମାନେ ନିଜର ପାରମ୍ପରିକ ବାଦ୍ୟ ବଜାଇ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ତହସିଲ ଅଫିସ ଠାରେ ପହଞ୍ଚି ସେମାନଙ୍କ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଦାବି ଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବି ଗୁଡ଼ିକ ହେଉଛି କୁଇ ଉନ୍ନୟନ ସଂଘ ଗୃହ ପାଇଁ ସ୍ଥାୟୀ ପଟ୍ଟା ପ୍ରଦାନ, ମେଳିଆତୋଟା କୁ କନ୍ଧ ମେଳିଆତୋଟା ନାମରେ ନାମିତ କରିବା, ଦଶପଲ୍ଲା ର ସମସ୍ତ ଅଧିବାସୀ ପଞ୍ଚାୟତ ରେ ବି ଏସ ଏନ୍ ଏଲ ଟାୱାର ସ୍ଥାପନ, ଓ ଆଦିବାସୀ ମାନଙ୍କ ପେଶା ଆଇନ କାର୍ଯ୍ୟକାରୀ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି । ଦାବି ପତ୍ର ପାଇବା ପରେ ଏହି ଦାବି ଗୁଡ଼ିକ ଉପରେ କମିଟି ସଦସ୍ୟ ଓ ଅତିରିକ୍ତ ତହସିଲଦାର ଙ୍କ ସହ ଆଲୋଚନା ହୋଇଥିଲା । ଦାବି ଗୁଡ଼ିକ ଉପରେ ଗୁରୁତ୍ବ ଦିଆଯିବା ସହ ଉପରିସ୍ଥ ଅଧିକାରୀ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ଦାବି ପୂରଣ ନ ହେଲେ ଆଗକୁ ଆହୁରି ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ଶୋଭାଯାତ୍ରା ରେ ମୁଖପାତ୍ର ସିନିବାସ ଜାନି,ପୂର୍ବତନ କୁଇ ସମାଜ ସଭାପତି ବିଶ୍ଵନାଥ ପ୍ରଧାନ,ଙ୍କ ସହ ସମସ୍ତ ଆଞ୍ଚଳିକ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post