ଦଶପଲ୍ଲା ବନାଞ୍ଚଳରୁ ବାଘଛାଲ ସମେତ ବନ୍ୟପ୍ରାଣୀ ସାମଗ୍ରୀ ଜବତ

ଦଶପଲ୍ଲା ବନାଞ୍ଚଳରୁ ବାଘଛାଲ ସମେତ ବନ୍ୟପ୍ରାଣୀ ସାମଗ୍ରୀ ଜବତ

ଦଶପଲ୍ଲା ବନାଞ୍ଚଳରୁ ବାଘଛାଲ ସମେତ ବନ୍ୟପ୍ରାଣୀ ସାମଗ୍ରୀ ଜବତ


ଦଶପଲ୍ଲା : -. ଏସ୍‌ଟିଏଫ୍ ପଞ୍ଝାରେ ଗତକାଲି ପୁଣି ଜଣେ ବାଘ ଶିକାରୀ ପଡ଼ିଛି । ତା’ଠାରୁ ୨ଟି କଲରାପତରିଆ ବାଘଛାଲ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ସାମଗ୍ରୀ ଜବତ  କରାଯାଇଥିବା ଏସ୍‌ଟିଏଫ୍ ଦର୍ଶାଇଛି । ଗିରଫ ଅଭିଯୁକ୍ତ ଜଣକ ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମ ଭାଗବତ ମାଝି ଓରଫ୍ ରମେଶ | ସୂଚନା ଅନୁଯାୟୀ , ଗତକାଲି ରମେଶ ଦଶପଲ୍ଲା ସଦର ସେକ୍ସନ ଅଧୀନସ୍ଥ କୁଆଁରିଆ ଡ୍ୟାମ୍‌ଠାରେ ଏସବୁ ସାମଗ୍ରୀ ବିକ୍ରି କରିବା ପାଇଁ ଡିଲ୍ କରୁଥିଲା । ଏହି ସମୟରେ ଏସ୍ଟିଟିଏଫ୍ ପକ୍ଷରୁ ତାକୁକାବୁ କରି ନିଆଯାଇଥିଲା । ତାକୁ ଗିରଫ କରାଯିବା ପରେ ଦଶପଲ୍ଲା ଜେଏମ୍ଏଫ୍ସିଙ୍କ ନିକଟରେ ଆଜି ହାଜର କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହେଲେ ଅଭିଯୁକ୍ତ ଜଣକ କେଉଁଠାରେ ଶିକାର କରିଛି ଓ ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ । 

ଦଶପଲ୍ଲା ବନାଞ୍ଚଳରୁ ବାଘଛାଲ ସମେତଏତେ ସଂଖ୍ୟକ ବନ୍ୟପ୍ରାଣୀ ସାମଗ୍ରୀ ଜବତ ହେବା ଘଟଣା ଉପରେ ନଜର ପକାଇଲେ ବନ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଗତ ଦିନରେ ଏସ୍ଟିଟିଏଫ୍ ମଧ୍ୟ ଏହି ବନାଞ୍ଚଳରୁ ବାଘ ଛାଲ ଜବତ କରିଥିବା ବେଳେ କିଛିମାସ ତଳେ କନ୍ଧମାଳ ବନ ବିଭାଗ ମଧ୍ୟ ଜଣେ ଶିକାରୀଙ୍କୁ ଆସି ଗିରଫ କରି ନେଇଛି । ୨୦୧୫ରେ ଚଡ଼େୟାପଲ୍ଲୀର ନଈବଣିଆରୁ ଏକ ହାତୀର ଗଳିତ ଶବ ଉଦ୍ଧାର କରାଯାଇଥିଲା । ବନ ବିଭାଗ ଏହି ଘଟଣାରେ ଗଣମାଧ୍ୟମକୁ ମିଛୁଆ ସଜାଇବାକୁ ଅପଚେଷ୍ଟା କରିଥିଲା । 

ଶେଷରେ ଆର୍‌ସିସିଏଫ୍ ଏବଂ ପିସିସିଏଫ୍ ଘଟଣାରେ ହସ୍ତକ୍ଷେପ କରିବା ପରେ ସତ୍ୟତା ସାମ୍ନାକୁ ଆସିଥିଲା । ସଦର ସେକ୍ସନରେ କାର୍ଯ୍ୟରତ ବନପାଳ ଜ୍ୟୋତିରଂଜନ ମାନସିଂହଙ୍କ ସମେତ କିଛି ବନପାଳ ଏବଂ ବନରକ୍ଷୀ ନିଲମ୍ବିତ ହୋଇଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post