- କଟକ-କେନ୍ଦ୍ରାପଡା ରାସ୍ତାର ସୁକରପଡା ଛକଠାରେ ଶହ ଶହ ଲୋକ ଟାୟାର ଜାଳି କଲେ ରାସ୍ତାରୋକ
ନିଶ୍ଚିନ୍ତକୋଇଲି: 20/11/2022: (ରିପୋର୍ଟ: ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଦେ-ପୋଖରୀ ନିକଟସ୍ଥ ଗ୍ରାମ୍ୟ ଶ୍ମଶାନରୁ ମାଟି ଉଠାଣକୁ ବିରୋଧକରି କଟକ-କେନ୍ଦ୍ରାପଡା ରାସ୍ତାର ସୁକରପଡା ଛକଠାରେ ଶହ ଶହ ଲୋକ ଟାୟାର ଜାଳି ରାସ୍ତାରୋକ କଲେ। ଅନେକ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକ ଥିବା ବେଳେ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଯଦି ସ୍ଥାନୀୟ ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ବେଳହୁଁ ଏଥିପ୍ରତି ଧ୍ୟାନ ଦେଇ ଥାଆନ୍ତା ତେବେ ଲୋକମାନେ ନିଜର ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ନଥାନ୍ତେ କିମ୍ବା ନିଜର ହକ୍ ପାଇଁ ରାଜରାସ୍ତାକୁ ଅବରୋଧ କରିବାକୁ ଓହ୍ଲାଇ ନଥାନ୍ତେ। ତେଣୁ ସ୍ଥାନୀୟ ଲୋକମାନେ ଏଥିପାଇଁ ସିଧାସଳଖ ପ୍ରଶାସନ କୁ ହିଁ ଦାୟୀ କରିଛନ୍ତି।
ମଣିଷର ଶେଷ ଠିକଣା କୁ ଛାଡ଼ିଲେ ନାହିଁ ମାଟି ମାଫିଆ ! ଅର୍ଥାତ୍ ଗ୍ରାମ୍ୟ ଶ୍ମଶାନରୁ ଜେସିବି ଲଗାଇ ମାଟି ତାଡି ବିକି ଦେଲେ ମାଟି ମାଫିଆ ! ଖାଲି ସେତିକି ନୁହେଁ ଜୋରଜବରଦସ୍ତ ଏହି ଶ୍ମଶାନ ଜମିରେ ବାସଗୃହ ବି ନିର୍ମାଣ କଲେ କିଛି ନ୍ୟର୍ଥସ୍ବାର୍ଥ ବ୍ୟକ୍ତି। ଫଳରେ ମୃତ୍ୟୁ ପରେ ଶବ ପୋଡ଼ିବାକୁ ଆଉ ସ୍ଥାନ ବି ରହିଲା ନାହିଁ। ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ଫଳ ଶୂନ। ତେଣୁ ବାଧ୍ୟହୋଇ ଲୋକେ କଲେ ରାସ୍ତା ଅବରୋଧ।