ଡିହଗାଁରେ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟମେଳା

ଡିହଗାଁରେ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟମେଳା

ଡିହଗାଁରେ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟମେଳା

( ବାଣୀଗୋଛା ରୁ ସୁବାଷ ଚନ୍ଦ୍ର ବାରିକ କଂ ରିପୋର୍ଟ )  : - ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ଜାତୀୟ ସ୍ଵାସ୍ଥ୍ୟ ମିସନ , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରସ୍ତରୀୟ ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବରୁଣ କୁମାର ପାତ୍ର ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ | ଶିବିରରେ ୫ ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ମହିଳା - ପୁରୁଷଙ୍କୁ ସୁସ୍ଥ ରହିବା ଉପରେ ଏକ ଯୋଗ ଶିକ୍ଷା ଦିଆଯିବା ସହ ଔଷଧ ପ୍ରଦାନ କରାଯାଇଥିଲା । ଡାକ୍ତର ସନ୍ଦୀପ ସ୍ବାଇଁ , ଶୁଭେଚ୍ଛା ସାମନ୍ତରାୟ , ଆୟୁଷ ଡାକ୍ତର ସସ୍ମିତା ବେହେରା ପ୍ରମୁଖ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବିପିଏମ୍ ତୁଷାର ରଂଜନ ସାହୁ , ସମିତିସଭ୍ୟ ଧ୍ରୁବଚରଣ ପ୍ରଧାନ , ଲିପିସ୍ମିତା ସାହୁ , ଜିପିଏଲ୍‌ଏଫ୍‌ର ଏମ୍‌ବିକେ ବିଜୟଲକ୍ଷ୍ମୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post