କଟକରୁ ଆଠମଲ୍ଲିକ କୁ ଚାଲିଲା ଯାତ୍ରୀବାହୀ ବସ୍
ନୟାଗଡ଼ ରୁ ନିଉଜ୍ ହେଡ଼୍ କଂ ରିପୋର୍ଟ : କଟକ, ଭୂବନେଶ୍ୱର ରୁ ଭାୟା,ଖଣ୍ଡପଡା ଓ କଣ୍ଟିଲୋ ,ଗଣିଆ, ଦଶପଲ୍ଲା, ବାଣୀଗୋଛା, ମାଧପୁର, ବାଣୀଭୂଷଣପୁର ( ଚାରିଛକ ) ଅଞ୍ଚଳ ଦେଇ କଟକରୁ , ଅନୁଗୁଳ ଜିଲ୍ଲାର ଆଠମଲ୍ଲିକକୁ ଯାତ୍ରୀବାହୀ ବସ ଚଳାଚଳ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ମହାନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଉକ୍ତ ସେତୁ ଦେଇ ସିଧାସଳଖ ଆଠମଲ୍ଲିକକୁ ବସ ସେବା ଆରମ୍ଭ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଦୁରତ୍ୱ କମ୍ ଦୃଷ୍ଟିରୁ କଟକ , ଭୁବନେଶ୍ବରରୁ ଖଣ୍ଡପଡା ଦେଇ ଆଠମଲ୍ଲିକ ଯାତାୟତ ନିମନ୍ତେ ଅଧିକ ସଂଖ୍ୟାରେ ଯାତ୍ରୀ ଏହି ଘରୋଇ ପରିବହନର ବସ ସେବା ଉପରେ ନିର୍ଭର କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି ।