- ମଣୀନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳିତହେଲା ଜାତୀୟ ଆଇନ୍ ସେବା ଦିବସ ।
ଦଶପଲ୍ଲା : - ଆଜି ନଭେମ୍ବର ୯ ତାରିଖ ଜାତୀୟ ଆଇନ୍ ସେବା ଦିବସ ଅବସରରେ ତାଲୁକ୍ ଆଇନ୍ ସେବା କମିଟି ତରଫରୁ, ମଣୀନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ସକାଶେ ,ତାଲୁକ୍ ଆଇନ୍ ସେବା ପ୍ରାଧିକରଣ କମିଟି ତରଫରୁ,ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଦଶପଲ୍ଲା ଜେ ଏମ୍ ଏଫ ସି କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରତାପ କୁମାର ମହାନ୍ତି, ପ୍ରଦୀପ ସାହୁ, ସୁରେଶ ମହାପାତ୍ର, ନିଳମଣୀ ସାହୁ କଂ ସମେତ ବିଶିଷ୍ଠ ଆଇନଜିବୀ ତଥା ସାମ୍ବାଦିକ ଆଲୋକ୍ କୁମାର ସେନାପତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ, ଆଇନ୍ ସଂପର୍କରେ ସଚେତନ କରିଥିଲେ । ଦଶପଲ୍ଲା ଜେ ଏମ୍ ଏଫ୍ ସି ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ, ମାନ୍ୟବର ବିଚାରପତି ସୈମ୍ୟରଂଜନ ପୃଷ୍ଟି ଛାତ୍ରଛାତ୍ରୀ ମାନଙ୍କୁ ଆଇନ୍ କଣ, ଆଇନ୍ ସେବା କଣ , କିପରି ଆମେ ମାଗଣାରେ ଆଇନ୍ ସେବା ପାଇପାରିବା , ସେ ସଂପର୍କରେ ପୁଂଖାନୁପୁଂଖ ଭାବରେ ବୁଝାଇଥିଲେ । ଛାତ୍ରଛାତ୍ରୀ ମାନେ ଆଇନ୍ ବିଷୟରେ ବିସ୍ତ୍ରୁତ ଭାବରେ ସଚେତନ ହେଲେ ହିଁ ଗ୍ରାମାଞ୍ଚଳର ଜନସାଧାରଣ ଆଇନ୍ ବିଷୟରେ ସଚେତନ ହୋଇପାରିଵେ ବୋଲି କହିଥିଲେ ।