ଦୁଲୁକିଲା ଯାତ୍ରାମଂଚ, ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନୃତ୍ୟ ସଂଗୀତରେ ବିଭୋର୍ ହେଲେ ଦର୍ଶକ ।

ଦୁଲୁକିଲା ଯାତ୍ରାମଂଚ, ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନୃତ୍ୟ ସଂଗୀତରେ  ବିଭୋର୍ ହେଲେ ଦର୍ଶକ ।

ଦୁଲୁକିଲା ଯାତ୍ରାମଂଚ, ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନୃତ୍ୟ ସଂଗୀତରେ  ବିଭୋର୍ ହେଲେ ଦର୍ଶକ ।


ନୟାଗଡ ରୁ ନିଉଜ୍ ହେଡ଼୍ କଂ ରିପୋର୍ଟ : - ଦୁଇବର୍ଷର କରୋନା କଟକଣା ପରେ,ଦଶପଲ୍ଲା ର ପଶ୍ଚିମାଞ୍ଚଳ ଭାବରେ ପରିଚିତ ଆଦିବାସୀ ଅଧ୍ୟୁଷିତ ବାଣୀଗୋଛା ର ବାବା ଯୋଗେଶ୍ବର ପୂଜା କମିଟି ସଦସ୍ୟଙ୍କ ସହଯୋଗରେ, ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଗତକାଲି ଠାରୁ ବାଘାଜତୀନ୍ ଅପେରା ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଶ୍ରୀ ନାୟକ କହିଥିଲେ ଯେ,ଏହା କେବଳ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ନୁହେଁ, ଏହା କଳା ଓ କଳାକାର କୁଂ ଉତ୍ସାହିତ କରିବାପାଇଁ ଏକ ପ୍ରୟାସ ମାତ୍ର । ମୁଁ ଯେହେତୁ ଜଣେ କଳାକାର, ତେଣୁ ମୁଁ କଳା ଓ କଳାକାର ମାନଙ୍କୁ ଯଥେଷ୍ଟ ସମ୍ମାନ ଦେଇଆସିଛି ଏବଂ କଳାର ବିକାଶ ପାଇଁ ମୋର ସହଯୋଗ ସର୍ବଦା ଜାରିରହିବ ବୋଲି କହିଥିଲେ । ଏହି ଅବସରରେ ଦଶପଲ୍ଲା ବ୍ଲକ୍ ର ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ଓ ଯୁବ ସଂଗଠକ, ଯୁଗଳ କିଶୋର ମୁଦୁଲି, ଜିତୁ କରଣ, ପପୁ ପ୍ରସାଦ ପ୍ରମୁଖ ଶ୍ରୀ ନାୟକଙ୍କ କଳାପ୍ରେମର ପ୍ରଶଂସା କରିଥିଲେ । ଏହା ପରେ ପରେ ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତାକଂ ନୃତ୍ୟ, ଗୀତ ଓ ଅଭିନୟରେ ଉପସ୍ଥିତ ଦର୍ଶକ ମାନେ ମତୁଆଲା ହୋଇଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post