ଶାଳ ଲଗ୍ ସହିତ ପିକଅପ୍ ଭ୍ଯାନ୍ ଜବତ

  • ଶାଳ ଲଗ୍ ସହିତ ପିକଅପ୍ ଭ୍ଯାନ୍ ଜବତ 

ଶାଳ ଲଗ୍ ସହିତ ପିକଅପ୍ ଭ୍ଯାନ୍ ଜବତ


ଦଶପଲ୍ଲା : - ଆକ୍ସନ୍ ମୋଡ୍ ରେ ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକ । କାଠ ମାଫିଆଙ୍କ ମୂଳୋତ୍ପାଟନ ପାଇଁ ନେଉଛନ୍ତି କଠୋର ପଦକ୍ଷେପ । ଏକ ସପ୍ତାହ ମଧ୍ୟରେ ପାଇଛନ୍ତି ଆଖିଦୃଶିଆ ସଫଳତା । କାଠମାଫିଆକଂ ମନରେ ହୃଦକମ୍ପ ସୃଷ୍ଟି କରିଥିବା , ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପୁଣି ଆଜି ଭୋର୍  ସମୟରେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ସ୍କ୍ୱାର୍ଡ ଏକ ପିକ୍ ଅପ୍ ଭ୍ଯାନ କୁ ପିଛା କରି ଚକ୍ରଧରପୁର ଠାରେ ଚଢାଉ କରି ୧୯ ଟି  ଶାଳ ଲଗ୍ ସହିତ ପିକଅପ୍ ଭ୍ଯାନ ଜବତ୍ କରିଛନ୍ତି । ପିକଅପ୍ ଭ୍ଯାନ ନମ୍ବର ହେଉଛି OR02AV6866ହୋଇଥିବା ବେଳେ  ଘଟଣାରେ ସଂପୃକ୍ତ  କଟକ ଜିଲ୍ଲା, ନରସିଂହପୁର ଅଂଚଳର ,ପ୍ରଦୀପ କୁମାର ବେହେରା ( କେସ୍ ନଂ ୩୦/୨୦୨୨ ) କୁଂ କୋର୍ଟ ଚାଲାଣ କରିଛି । ଜବତ୍ ଶାଳ ଲଗ୍ ର ମୂଲ୍ୟ ଆନୁମାନିକ ପଚାଶ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ସୂଚନା ଦେଇଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post