ଅସୁରେଶ୍ୱର ଆଥେଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ 48ତମ ଫୂଟବଲ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ
ନିଶ୍ଚନ୍ତକୋଇଲି: 7.11.22(ହରପ୍ରସାଦ ପଣ୍ଡାଙ୍କ ରିପୋର୍ଟ): ଗତକାଲି କଟକ ଜ଼ିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଅଥଲେଟିକ ଆଶ୍ସୋସିଏସନ ଆନୁକୂଲ୍ୟରେ 48ତମ ଫୂଟବଲ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ 8ଟି ଦଳ ଅଂଶ ଗ୍ରହଣ କରିଥିଲେ | ସେଥିମଧ୍ୟରୁ ୟଙ୍ଗ ଉତ୍କଳ କ୍ଲବ କଟକ ଓ ୟୁନାଇଟେଡ଼ କ୍ଲବ ଭୁବନେଶ୍ୱର ଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲେ | ଗତକାଲି ଏହି ଦୁଇ ଦଳ ମଧ୍ୟ ରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା | ଟ୍ରାଇବ୍ରେଏକେର ଜରିଆରେ ଭୁବନେଶ୍ୱର ଦଳ 4-3ଗୋଲ ରେ କଟକ ଦଳ କୁ ପରାସ୍ତ କରି ବିଜୟୀ ହୋଇଥିଲା |
ବିଜୟୀ ଦଳକୁ ମାହାଙ୍ଗାର ବିଧାୟକ ପ୍ରତାପଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ | ଉପ ବିଜେତା ଦଳକୁ ସୁଭଦ୍ରା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲୀପ କୁମାର ମିଶ୍ର ଟ୍ରଫି ପ୍ରଦାନ କରିଥିଲେ | ଏହି ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଯୋଗଦେଇଥିଲେ | ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ୍ୟା, ଉପାଧକ୍ଷ, 26ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା, ଅସୁରେଶ୍ୱର ଗ୍ରାମପଂଚାୟତରସଭ୍ୟ ଯୋଗ ଦେଇଥିଲେ |ସରପଞ୍ଚ, ସମିତି ସଭ୍ୟ, ଅଥଲେଟିକ ଆସୋସିଏସନର ସଭାପତି ଅନନ୍ତ କୁମାର ଦାସ, ସମ୍ପାଦକ ବିଜୟ କୁମାର ବଳ ଓ ଆସୋସିଏସନ ର ଅନ୍ୟ ସଭ୍ୟ ଓ ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମି ଯୋଗ ଦେଇଥିଲେ |