ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ଏକ ପ୍ରହସନ ନୁହେଁ ତ !
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ନେଇ ଜନସାଧାରଣଙ୍କ ମନରେ ଉଠିଥିବା ଝଡ଼କୁ ,ବାତ୍ୟା ରୂପ ଦେଇଛି ପୂର୍ବତନ ସାଂସଦ ତଥାଗତ ସତପଥି କଂ ଟୁଇଟ୍ । ତେବେ କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର । ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRP କୁ ନେଇ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ , ନିଆଁରେ ଘିଅ ପରି ହୋଇଛି । ପୂର୍ବତନ ସାଂସଦ ସତପଥି ଟୁଇଟ ,କରି ଏପରି ବ୍ୟବସ୍ଥା ଏକ ଜୋକ ବୋଲି କହିଛନ୍ତି । ସେ କହିଛନ୍ତି ଯଦି ଗାଡି ଚୋରି ହୋଇଯିବ ତେବେ ସରକାର ତାକୁ ଖୋଜି ଆଣିଦେବେ କି , ଏଥିରେ କଣ ଜି ପି ଏସ୍ ଲାଗିଛି କି ? କିମ୍ବା ଏହାର ଦାମ କଣ ସରକାର ଫେରାଇବେ କି ? ସେତିକି ନୁହେଁ , ନମ୍ବର ପ୍ଲେଟ ସିଷ୍ଟମକୁ ନେଇ ସରକାରଙ୍କୁ କଟୁ ସମାଲୋଚନା ମଧ୍ୟ କରିଛନ୍ତି ତଥାଗତ । ଏହି ବ୍ୟବସ୍ଥା ଦ୍ବାରା ସରକାର ନାଗରିକଙ୍କ ଠାରୁ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ଆଦାୟ କରିବା ବ୍ୟତୀତ ଆଉ କ'ଣ ଲାଭ ପାଇବେ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍, ଭବିଷ୍ୟତ ରେ କଣ ଲାଭ ଦେଇପାରୁଛି ।